Odia News Portal

ଜିତିଲା ଭାରତ କାନ୍ଦିଲେ କମେଣ୍ଟେଟର

ଟିମ ଇଣ୍ଡିଆର ବିଜୟ ପରେ ଇତିହାସରେ ଯୋଡିହୋଇଥିଲା ଆଉ ଏକ ଅଧ୍ୟାୟ । ସାରା ଦେଶବାସୀ ଗର୍ବରେ ଫାଟିପଡୁଥିଲେ । ଆଉ କ୍ରୀଡାପ୍ରେମୀଙ୍କ ମହଲରେ କମ ନଥିଲା ଉତ୍ସାହ । ହେଲେ କମେଣ୍ଟ୍ରେି ରୁମର ଦୃଶ୍ୟ ଥିଲା କିଛି ଅଲଗା । ଆଉ ଏହି ଦୃଶ୍ୟକୁ ଯିଏବି ଦେଖିବ ସେ ବି ତାଜୁବ ହୋଇଯିବ । କାରଣ ଭାଷ୍ୟକାରଙ୍କ ଆଖିରେ ଥିଲା ଲୁହର ଧାରା ।

ଆଉ ଏ ଲୁହ ଦୁଃଖର ନୁହେଁ ବରଂ ଥିଲା ଖୁସିର ଲୁହ । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଟିଭି ପରଦା ଜରିଆରେ ପଡିଆ ଘଟୁଥିବା ଟିକନିକ ଘଟଣାର ତଥ୍ୟ ପହଂଚାଉଥିବା ବା ଭାଷ୍ୟକାର ବିଜୟର ପ୍ରଥମ ମୂକସାକ୍ଷୀ ପାଲଟିଥିଲେ । ନିର୍ଦ୍ଧାରିତ ସମୟ ଭିତରେ ଭାରତୀୟ ପୁରୁଷ ହକି ଦଳ ୩-୧ଗୋଲରେ ବ୍ରିଟେନକୁ ହରାଇ ବିଜୟ ସୁନିଶ୍ଚିତ କରିବା ପରେ କିଛି ଏଇଭଳି ଥିଲା କମେଣ୍ଟ୍ରି ରୁମର ଦୃଶ୍ୟ ।