Odia News Portal

୩୧ ଯାଏଁ ଶୀତର ଲହରୀ

ହାଡଭଙ୍ଗା ଶୀତ। ଜାଡରେ ଥରୁଛି ସାରା ଓଡ଼ିଶା। ଗାଁଠୁ ସହର , ଉପାନ୍ତରୁ ଉପକୂଳ ସବୁଠି ଶୀତର ଲହରୀ। ଲାଗାତାର ୪ଦିନ ହେଲାଣି ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଛି। ୧୦ଡିଗ୍ରୀ ତଳକୁ ଖସିଛି ୯ଟି ସହରର ତାପମାତ୍ରା। ୩୧ତାରିଖ ଯାଏଁ ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି କନ୍ଧମାଳ, ସୁନ୍ଦରଗଡ଼ ଓ କେନ୍ଦୁଝରରେ ସ୍ଥିତି ଅସମ୍ଭାଳ। ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାତି ହେଲେ ଶୀତ ଅଧିକ ବଢୁଛି।