Odia News Portal

ବିଧାନସଭା ନିକଟରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ପୁଣି ଥରେ ବିଧାନସଭା ନିକଟରେ ଆତ୍ମଦାହ ଉଦ୍ୟମ | ବଜେଟ ଅଧିବେଶନ ଆରମ୍ଭରୁ ପୋଲିସକୁ ଘାରିଥିବା ଆତ୍ମଦାହ ଉଦ୍ୟମ ଭୟ ସତ ହୋଇଛି | ଆଜି ବଜେଟ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ସମୟରେ ଫେଲ୍ ମାରିଛି ପୋଲିସର ବିଧାନସଭା ସମ୍ମୁଖରେ ଆତ୍ମଦାହ ଉଦ୍ୟମ ରୋକ୍ ବ୍ୟବସ୍ଥା | ଆଜି ବଜେଟ ଅଧିବେଶନ ପାଇଁ ବିଧାନସଭାର ଚାରିପଟ ରାସ୍ତା ସିଲ କରାଯାଇଥିବା ସମୟରେ ପୁଣିଥରେ ହୋଇଛି ବିଧାନସଭା ନିକଟରେ ଆତ୍ମଦାହ ଉଦ୍ୟମ |

ଗତକାଲି ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ ହୋଇଥିବା ସମୟରେ ଆଜି ଜଣେ ମହିଳା ଆତ୍ମାହୂତି ପାଇଁ ଉଦ୍ୟମ କରିଛନ୍ତି | ମହିଳା ଜଣକ ଦେହରେ ପେଟ୍ରୋଲ ଢ଼ାଳିବା ସମୟରେ ପୋଲିସ ପକ୍ଷରୁ କାବୁ କରାଯାଇଛି |ଆତ୍ମାହୂତି ଉଦ୍ୟମ କରିଥିବା ମହିଳା ଓ ତାଙ୍କ ପୁଅ ଗିରଫ କରିଛି କମିଶନରେଟ୍ ପୋଲିସ | ମହିଳା ଜଣକ ବିଧାନସଭା ନିକଟ ଜୟଦେବ ଭବନ ନିକଟରେ ଆତ୍ମଦାହ ଉଦ୍ୟମ କରିଥିଲେ | ମହିଳା ଜଣକ ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ହୋଇଥିବା ସୂଚନା ମିଳିଛି | ତେବେ ଗତକାଲି ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ ହୋଇଥିବା ସମୟରେ ସତର୍କତା ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିଲେ ମଧ୍ୟ ଫେଲ୍ ମାରିଛି ସବୁ ବ୍ୟବସ୍ଥା |