Odia News Portal

ୟେସ୍ ବ୍ୟାଙ୍କରୁ ଫେରିଲା ଦ୍ୱିତୀୟ ସ୍ଥାୟୀ ଜମା

ନୂଆଦିଲ୍ଲୀ()ଆଜି ଶ୍ରୀମନ୍ଦିରର ଏସବିଆଇ ଆକାଉଣ୍ଟକୁ ଫେରିଛି ଦ୍ୱିତୀୟ ସ୍ଥାୟୀ ଜମା ଟଙ୍କା । ୟେସ୍ ବ୍ୟାଙ୍କରୁ ଶ୍ରୀମନ୍ଦିର ଆକାଉଣ୍ଟକୁ ୧୫୬କୋଟି ଟଙ୍କା ଫେରିଛି ।  ମୂଳ ୧୫୬କୋଟି ସହ ୪କୋଟିର ସୁଧ ମିଶି ସମୁଦାୟ ୧୬୦କୋଟି ଫେରିଛି । ସୁଧ ସହ ଇ-ଟ୍ରାନ୍ସଫର ମାଧ୍ୟମରେ ଶ୍ରୀମନ୍ଦିର ଏସବିଆଇ ଜମା ଖାତାକୁ ଟଙ୍କା ଫେରିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଗତ ୧୯ରେ ୩୯୭କୋଟି ୨୩ଲକ୍ଷ ୨୭ହଜାର ୬୩୬ ଟଙ୍କା ଫେରିଥିଲା ।