Odia News Portal

୨୬/୧୧ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଗିରଫ

ଇସଲାମାବାଦ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜାକିଉର ରେହମାନ ଲଖଭୀ ଗିରଫ । ଆତଙ୍କବାଦୀ ଫଣ୍ଡିଂ ମାମଲାରେ ଗିରଫ କରାଯାଇଥିବା ସୂଚନା । ପାକିସ୍ତାନର ପଞ୍ଜାବରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେଉଥିଲା ଜାକିଉର ରେହମାନ । ପାକିସ୍ତାନର ପଞ୍ଜାବ ଆତଙ୍କବାଦୀ ନିରୋଧ ବିଭାଗର ପ୍ରବକ୍ତା ଏହି ଘଟଣାର ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, କୁଖ୍ୟାତ ଆତଙ୍କବାଦୀ ଜାକିଉର ରେହମାନ ଲଖଭୀକୁ ଲାହୋରରୁ ଗିରଫ କରାଯାଇଛି । ୨୦୦୮ରେ ଘଟିଥିବା ବହୁ ଚର୍ଚ୍ଚିତ ୨୬/୧୧ ମୁମ୍ବାଇ ବିସ୍ଫୋରଣ ଘଟଣା ପରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଜାକିଉରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା କରିଥିଲା ।

୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ଲସ୍କର-ଇ-ତୋଇବାର ଆତଙ୍କବାଦୀମାନେ ମୁମ୍ବାଇର ତାଜ ହୋଟେଲ ସମେତ ଅନ୍ୟ ସ୍ଥାନମାନଙ୍କରେ ଭୟଙ୍କର ବିସ୍ଫୋରଣ କରିଥିଲେ । ଏଥିରେ ପ୍ରାୟ ୧୫୫ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏହି ପୂରା ଘଟଣାର ମାଷ୍ଟରମାଇଣ୍ଡ ଥିଲା ଲସ୍କର-ଇ-ତୋଇବାର କୁଖ୍ୟାତ ଆତଙ୍କବାଦୀ ଜାକିଉର ରେହମାନ ଲଖଭୀ ।