Odia News Portal

ବିହାରରେ ପଞ୍ଚୟତ ନିର୍ବାଚନ

ବିହାରର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରୁ ପ୍ରାୟ ୯୦% ବିଜେତା ନୂଆ ମୁହଁ। ନୂଆ କରି ରାଜନୀତିରେ ପ୍ରବେଶ କରି ବିଜୟୀ ହୋଇଥିବା ଏହି ପ୍ରତିନିଧିଙ୍କ ବୟସ ୨୧-୩୦ ବର୍ଷ ମଧ୍ୟରେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିସନର ଦୀପକ ପ୍ରସାଦ।
ଏମ୍ବିଏ ଡିଗ୍ରିଧାରୀ, ଶ୍ରମିକ, ଭିନ୍ନକ୍ଷମ ଏବଂ ଖୋଳାଳିମାନେ ନିର୍ବାଚିତ ହୋଇଛନ୍ତି। କୌତୁହଳର ବିଷୟ, ବିଭିନ୍ନ ପଞ୍ଚାୟତ ସଂସ୍ଥାର ୱାର୍ଡ ସଦସ୍ୟ ଏବଂ ମୁଖିଆ ପଦବିରେ ଥିବା ପୁରୁଣା କାର୍ୟ୍ୟକର୍ତ୍ତାମାନେ ପୁନର୍ବାର ନିର୍ବାଚିତ ହୋଇ ନାହାଁନ୍ତି। ଭୋଟରମାନେ କିପରି ନୂଆ ଚେହେରାକୁ ପସନ୍ଦ କରୁଛନ୍ତି ତାହା ଦର୍ଶାଇ ପ୍ରସାଦ କହିଛନ୍ତି, ସମସ୍ତ ପ୍ରାର୍ଥୀଙ୍କ ପ୍ରୋଫାଇଲ୍ ଏବଂ ପୃଷ୍ଠଭୂମି ତଥ୍ୟ ସଂଗ୍ରହ କରିବା ପାଇଁ ଏକ ସର୍ଭେ କରାଯିବ। ଘୋଷୱାରୀ ବ୍ଲକରେ ୧୨-୧୫ ପଞ୍ଚାୟତରେ ନିର୍ବାଚିତ ସମସ୍ତ ପ୍ରାର୍ଥୀ ନୂଆ ମୁହଁ ଅଟନ୍ତି। ଅନ୍ୟ ଜିଲ୍ଲାରେ ମଧ୍ୟ ଏହିପରି ଅନେକ ଉଦାହରଣ ରହିଛି ବୋଲି ସେ କହିଛନ୍ତି।
ପୁଡୁଚେରି ନିର୍ବାଚନ କମିସନର ରୟ ପି ଥୋମାସ, ବିହାରରେ ଛଅ ଦିନ ରହି ବାୟୋମେଟ୍ରିକ୍ ସିଷ୍ଟମ ଏବଂ ପଞ୍ଚାୟତ ସର୍ଭେରେ ବ୍ୟବହୃତ ଡିଜିଟାଲ୍ ପଦ୍ଧତି ବିଷୟରେ ମତାମତ ନେବାକୁ ଅଭିନବ ପଦକ୍ଷେପ କହି ପ୍ରଶଂସା କରିଛନ୍ତି। ସେ ଏହାକୁ ଡିଜିଟାଲ୍ ଟେକ୍ନୋଲୋଜିର ‘ବିହାର ମଡେଲ୍’ ବୋଲି କହିଥିଲେ। ପଞ୍ଚାୟତ ସର୍ଭେ ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।
‘ଆମେ ଖୁବ୍ ଶୀଘ୍ର ପୁଡୁଚେରୀରେ ନିର୍ବାଚନ କରିବାକୁ ଯାଉଛୁ। ଭୋଟରଙ୍କ ପ୍ରାମାଣିକୀକରଣ ଏବଂ ଗଣନାରେ ଅନ୍ୟାନ୍ୟ ଡିଜିଟାଲ୍ ପଦ୍ଧତି ପାଇଁ ବାୟୋମେଟ୍ରିକ୍ ସିଷ୍ଟମ ବ୍ୟବହାର କରିବା ପ୍ରୟାସକୁ ଆମ ପୂର୍ଣ୍ଣ ପ୍ରୋତ୍ସାହନ ଦେବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଆଧାର କାର୍ଡ ସହିତ ଜଡିତ ଭୋଟରଙ୍କ ପ୍ରାମାଣିକୀକରଣର ବାୟୋମେଟ୍ରିକ୍ ସିଷ୍ଟମ ଜାଲ୍ ଭୋଟ୍, ରିଗିଂ ଏବଂ ନିର୍ବାଚନର ଅପବ୍ୟବହାର ଯାଞ୍ଚ କରିବା ପାଇଁ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ଗଣନା ପ୍ରକ୍ରିୟାରେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର ଫଳାଫଳ ଘୋଷଣାରେ ଅଧିକ ସ୍ୱଚ୍ଛତା ଆଣିଛି ଏବଂ ପ୍ରାର୍ଥୀଙ୍କ ଆତ୍ମବିଶ୍ୱାସ ବଢ଼ାଇଛି। ମତଦାନ ପରେ ଇଭିଏମ୍ ପାଇଁ ଉଦ୍ଦିଷ୍ଟ କୋଠରୀରେ ଡିଜିଟାଲ୍ ଲକ୍ ବ୍ୟବହାର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି।