Odia News Portal

ଏଣିକି ଏକାସାଙ୍ଗରେ ୪ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲକ୍‌ ଡାଉନ୍‌ । ସମଗ୍ର ସହରରେ ୧୪୪ ଧାରା ଜାରି ହୋଇଛି । ଗତକାଲି ରାତି ୯ଟାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ରହିବ । ଏକାସାଙ୍ଗରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଏହାସହ ଦିଲ୍ଲୀରୁ ସମସ୍ତ ଘରୋଇ ଓ ଆନ୍ତର୍ଜାତିକ ବିମାନ ଉଡାଣ ବାତିଲ୍‌ କରାଯାଇଛି । ଦିଲ୍ଲୀର ସୀମାକୁ ମଧ୍ୟ ସିଲ୍‌ କରିଦିଆଯାଇଛି । କେବଳ ଅତ୍ୟାବଶ୍ୟକ ସେବା ଖୋଲା ରହିବ । ଦିଲ୍ଲୀ ପରିବହନ ନିଗମର ୨୫ ପ୍ରତିଶତ ବସ୍‌ ଚଳାଚଳ କରିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ।