Odia News Portal

କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ମୃତକଙ୍କ ପରିବାରଙ୍କ ଲାଗି ଅନୁକମ୍ପା ରାଶି ଘୋଷଣା

ଗୁଜୁରାଟ() ଗୁଜୁରାଟର ଅହମ୍ମଦାବାଦ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ମୃତକଙ୍କ ପରିବାରକୁ ସମଦେବନା ଜଣାଇଛନ୍ତି । ସେହିପରି ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ସହ ସେ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଓ ଆହତକଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ଏହି ରାଶି ଦିଆଯିବ ।

ସୂଚନା ଅନୂସାରେ, ଗତକାଲି ରାତି ୩ଟାରେ ଗୁଜୁରାଟ ଅହମ୍ମଦାବାଦର ଶ୍ରେୟ ହସ୍ପିଟାଲରେ ନିଆଁ ଲାଗି ୮ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।ଉକ୍ତ ମେଡିକାଲରେ ପ୍ରାୟ ୫୦ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିଲେ। ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ପ୍ରଥମେ ICUରୁ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ପୁରା ହସ୍‌ପିଟାଲକୁ ବ୍ୟାପିଯାଇଥିଲା।