Odia News Portal

ସରକାର ବଦଳିଲେ ହେଲେ ବଦଳିଲେନି ଉପମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର() ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନସିପି ନେତା ଅଜିତ ପାୱାର । ଅଳ୍ପଦିନିଆ ଦେବେନ୍ଦ୍ର ଫଡନାଭିସ ସରକାରରେ ବି ସେ ଉପମୁଖ୍ୟମନ୍ତ୍ରୀ ଥିଲେ । ସରକାର ବଦଳିଛି କିନ୍ତୁ ବଦଳିନାହାନ୍ତି ଉପମୁଖ୍ୟମନ୍ତ୍ରୀ ।

ମହାରାଷ୍ଟ୍ରରେ ଗତ ମାସରେ ସରକାର ଗଠନକୁ ନେଇ ଅଚଳାବସ୍ଥା ଲାଗିରହିଥିଲା । ମାତ୍ର ୩ ଦିନ ଲାଗି ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆଶ୍ଚର୍ୟ୍ୟଜନକ ଭାବେ ଦେବେନ୍ଦ୍ର ଫଡନାବିସ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଅଜିତ ପାୱାର । କିନ୍ତୁ ପତନ ପରେ ଏନସିପି, କଂଗ୍ରେସ ଓ ଶିବସେନା ମିଳିତ ଭାବେ ସରକାର ଗଠନ କରିଥିଲେ ।