Odia News Portal

ବଦଳିଲା ବ୍ୟାଙ୍କ ଖୋଲିବାର ସମୟ; ଜାଣନ୍ତୁ

ଆସନ୍ତାକାଲିଠାରୁ ସମସ୍ତ ସରକାରୀ ବ୍ୟାଙ୍କର କାର୍ୟ୍ୟ ଅବଧି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ । ପୂର୍ବରୁ ଏନେଇ କୁହାଯାଉଥିବା ବେଳେ ଆଜି ଏହାକୁ ନୀତିଗତ ଭାବେ ଲାଗୁ କରାଯିବା ନେଇ ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟିର ୧୫୬ ତମ ବୈଠକରେ ନିଷ୍ପତି ନିଆଯାଇଛି । ସରକାରୀ ବ୍ୟାଙ୍କ ଗୁଡ଼ିକ କାର୍ୟ୍ୟ ଅବଧି ୧୦ଟାରୁ ୪ଟା ଯାଏଁ ରହିବା ନେଇ ସୂଚନା ଦେଇଛନ୍ତି ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ । କାଲି ଠାରୁ ଏହି ନିୟମ ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ନୀତିଗତ ଭାବେ ଲାଗୁ ହେବ ।ସରକାରୀ ବ୍ୟାଙ୍କ ସହ ଘରୋଇ ବ୍ୟାଙ୍କଗୁଡିକୁ ବି ସମାନ ସମୟ ଅବଧି ପାଳନ କରିବାକୁ ଅନୁରୋଧ କରାଯାଇଛି । ରାଜ୍ୟର ୬ଟି ଜିଲ୍ଲାରେ ତଥା କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୁଳ, ଖୋର୍ଦ୍ଧା ଏବଂ ବଲାଙ୍ଗିରରେ ବ୍ୟାଙ୍କିଂ ସେବାକୁ ଶତ ପ୍ରତିଶତ ଡିଜିଟାଇଜେସନ କରାଯିବା ନେଇ ମଧ୍ୟ ଏହି ବୈଠକରେ କହିଛନ୍ତି ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ ।

ପୂର୍ବରୁ ସମସ୍ତ ବ୍ୟାଙ୍କ ସମୟ ଭିନ୍ନ ଭିନ୍ନ ଥିଲା କିନ୍ତୁ ବ୍ୟାଙ୍କ ଶାଖା ଗ୍ରାହକଙ୍କ ସୁବିଧା ଅନୁଯାୟୀ ସମୟ ନିର୍ଦ୍ଧାରଣ ଓ ସେବା ପ୍ରଦାନ ନେଇ କିଛି ବିକଳ୍ପ ରଖିଥିଲେ । ଯାହା ଉପରେ ବହୁ ବିଚାର ବିମର୍ଷ କରାଯାଇ ଆଜି ଏସଏଲବିସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।