Odia News Portal

ଆନ୍ଧ୍ର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ବିଶ୍ବଭୂଷଣ

ପୂର୍ବତମ ମନ୍ତ୍ରୀ ବିଶ୍ବ ଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତ କରିଛନ୍ତି । ବର୍ଷିୟାନ ନେତା ଶ୍ରୀ ହରିଚନ୍ଦନ ଚଳିତ ଥର ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନଥିଲେ । ତାଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନ ଚିଲିକା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ।

ଶ୍ରୀଯୁକ୍ତ ହରିଚନ୍ଦନ ପେଶାରେ ଜଣେ ଆଇନଜୀବୀ ହେଲେ ମଧ୍ୟ ସାହିତ୍ୟ , ସଂସ୍କୃତି ଓ ଗବେଷଣା କ୍ଷେତ୍ରରେ ତାଙ୍କର ବିଶେଷ ପ୍ରବେଶ ରହିଛି । ସେ ଜଣେ ଉଚ୍ଚକୋଟିର ନାଟ୍ୟକାର ଭାବେ ମଧ୍ୟ ତାଙ୍କର ଖ୍ୟାତି ରହିଛି । ସେ ଚିଲିକା ଏବଂ ଭୁବନେଶ୍ୱରରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ରାଜନୀତି ବ୍ୟତୀତ ଲେଖାଲେଖିରେ ରୁଚି ରଖିଥିବା ବିଶ୍ୱଭୂଷଣ ପାଇକ ଆନ୍ଦୋଳନର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।