Odia News Portal

କାହିଁକି ରାଗିଗଲେ ବିଜେପି ନେତା ?

ଶିବରାଜଙ୍କ ହେଲିକପ୍ଟର ଉମରେଥରେ ଅବତରଣ କରିବାର ଥିଲା। କିନ୍ତୁ ତାଙ୍କୁ ଏଥିପାଇଁ ଅନୁମତି ମିଳିନଥିଲା। ଅପରାହ୍ନ ୫ଟା ମଧ୍ୟରେ ହିଁ ଶିବରାଜଙ୍କ ହେଲିକପ୍ଟର ଅବତରଣ କରିପାରିବ ଏବଂ ଏହି ସମୟ ଅତିକ୍ରମ କଲେ ଆଉ ଅନୁମତି ମିଳିବ ନାହିଁ ବୋଲି ଭୋପାଳ ଅଧିକାରୀମାନେ କହିବାପରେ ଏଥିରେ ଶିବରାଜ କ୍ଷୁବ୍ଧ ହୋଇ ଜିଲ୍ଲାପାଳଙ୍କୁ ଧମକାଇଥିଲେ।

ଅନ୍ୟପକ୍ଷେ ଜିଲ୍ଲାପାଳ ଶ୍ରୀନିବାସ ଶର୍ମା କହିଛନ୍ତି ଯେ ସେମାନେ ନିୟମ ଅନୁଯାୟୀ କାର୍ୟ୍ୟ କରିଛନ୍ତି। ପୂର୍ବାହ୍ନ ୧୦ଟାରୁ ୫ଟା ମଧ୍ୟରେ ହେଲିକପ୍ଟର ଅବତରଣର ଅନୁମତି ମିଳୁଛି କିନ୍ତୁ ଶିବରାଜଙ୍କ ହେଲିକପ୍ଟର ଅବତରଣ ପାଇଁ ୫.୨୦ରେ ଅନୁମତି ମଗାଯାଇଥିବାରୁ ଏଥିପାଇଁ ଅନୁମତି ମିଳିନଥିବା ସେ କହିଛନ୍ତି।