Odia News Portal

ପ୍ରବାସୀ ଶ୍ରମିକଙ୍କ ରେଳ ଭଡା ଦେବ କଂଗ୍ରେସ

ନୂଆଦିଲ୍ଲୀ() ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ଏନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ଅନେକ ପ୍ରବାସୀ ବାହାର ରାଜ୍ୟରେ ଫସି ରହିଛନ୍ତି । ଏନେଇ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବ କଂଗ୍ରେସ । ତାଙ୍କର ଗସ୍ତ ଖର୍ଚ୍ଚ ବହନ ନେଇ ନିଷ୍ପତ୍ତି ନେଇଛି ଭାରତୀୟ ଜାତୀୟ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧି । ନିକଟରେ ଅନେକ ପ୍ରବାସୀ ଆବଶ୍ୟକ ମୂଲ୍ୟରୁ ଅଧିକ ଅର୍ଥ ଖର୍ଚ୍ଚର୍ କରି ନିଜ ରାଜ୍ୟକୁ ଫେରିବା ନେଇ ଚର୍ଚ୍ଚା ହେଉଥିଲା । ଚେନାଇରୁ ୨ଲକ୍ଷ ଟଙ୍କାର ଡଙ୍ଗା କିଣି ୧୧ଜଣ ଓଡ଼ିଶା ଫେରିଥିବା ଦେଖିବାକୁ ମିଳିଥିଲା । ସେହିପରି ଗୁଜରାଟରୁ ୧ଲକ୍ଷ ୭୫ହଜାର ଖର୍ଚ୍ଚ କରି ୫୦ଜଣ ଓଡ଼ିଶା ଫେରିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ସୋନିଆ ଗାନ୍ଧୀ କହିଛନ୍ତି, ‘ଶ୍ରମିକ ଏବଂ ଶ୍ରମିକମାନେ ଦେଶର ମେରୁଦଣ୍ଡ। ସେମାନଙ୍କର କଠିନ ପରିଶ୍ରମ ଏବଂ ବଳିଦାନ ହେଉଛି ରାଷ୍ଟ୍ର ନିର୍ମାଣର ମୂଳଦୁଆ ଜ୍ଝ କେବଳ ଚାରି ଘଣ୍ଟା ନୋଟିସରେ ତାଲାବନ୍ଦ ଯୋଗୁଁ ଲକ୍ଷ ଲକ୍ଷ ଶ୍ରମିକ ଘରକୁ ଫେରିବାରେ ବଞ୍ଚିତ ହୋଇଥିଲେ।

ହେଲେ ଦୁର୍ଭାଗ୍ୟର ବିଷୟ ହେଲା କି, ଶ୍ରମିକମାନଙ୍କର ଏଭଳି ଦୁର୍ଦ୍ଦଶାରେ ବି ଘରକୁ ଫେରାଇବା ପାଇଁ ସେମାନଙ୍କଠାରୁ ଯାତ୍ରା ଭଡା ଉଭୟ ସରକାର ଏବଂ ରେଳ ମନ୍ତ୍ରାଳୟ ଆଦାୟ କରୁଛନ୍ତି ବୋଲି କେନ୍ଦ୍ର ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ତେବେ ଏଭଳି ପରିସ୍ଥିତିରେ ବାହାରେ ଫଶି ଘରକୁ ଆସିପାରୁନଥିବା ଶ୍ରମିକଙ୍କ ରେଳ ଭଡା ବହନ କରିବାକୁ ଘୋଷଣା କରିଛନ୍ତି ସୋନିଆ ଗାନ୍ଧି ।