Odia News Portal

୭ ଲକ୍ଷରେ ପହଞ୍ଚିଲା କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ () କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । ଏବେ ସୁଦ୍ଧା ଏହି ସଂଖ୍ୟା ୭,୨୧,୯୪୬ ରେ ପହଞ୍ଚିଛି । ସେହିଭଳି କରୋନା ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୩୩,୯୬୬ ଡେଇଁଛି । ମୋଟ ୧,୫୧,୩୧୨ ରୋଗୀ ଆରୋଗ୍ୟ ହୋଇଛନ୍ତି । ଆମେରିକାରେ ୧୮,୪୬୯ ନୂଆ ରୋଗୀ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତ ସଂଖ୍ୟା ୧,୪୨,୦୪୭ରେ ପହଞ୍ଚିଛି ।

ଆମେରିକାରେ ଆଜି ୨୬୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ମୋଟ ମୃତ୍ୟୁ ସଂଖ୍ୟା ୨୪୮୪ରେ ପହଞ୍ଚିଛି । ସେହିଭଳି ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା ୫୨୧୭ ବଢ଼ି ୯୭,୬୮୯ରେ ପହଞ୍ଚିଛି । ଖୁବଶୀଘ୍ର ଏହା ଲକ୍ଷେ ଛୁଇଁବାକୁ ଯାଉଛି । ଦେଶରେ କରୋନା ଭୂତାଣୁଜନିତ ମୃତ୍ୟୁ ସଂଖ୍ୟା ଆଜି ୭୫୬ ବଢ଼ି ୧୦,୭୭୯ ଅତିକ୍ରମ କରିଯାଇଛି । କରୋନା ଉତ୍ପତ୍ତିସ୍ଥଳ ଚୀନ୍‌କୁ ଏହା ଉଭୟ ସଂକ୍ରମିତ ରୋଗୀ ଓ ମୃତ୍ୟୁ ସଂଖ୍ୟାରେ ବହୁ ପଛରେ ଛାଡ଼ିଯାଇଛି ।
ଅଧିକାଂଶ ପ୍ରମୁଖ ସଂକ୍ରମିତ ରାଷ୍ଟ୍ରଙ୍କ ମଧ୍ୟରେ ଚୀନ୍‌ରେ ଆଜି ସର୍ବନିମ୍ନ ୪୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଦେଶରେ ସର୍ବନିମ୍ନ ୫ ଜଣ ପ୍ରାଣ ହରାଇଛନ୍ତି । ଚୀନ୍‌ରେ ମୋଟ ସଂକ୍ରମିତ ସଂଖ୍ୟା ୮୧,୪୩୯ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୩୦୦ରେ ପହଞ୍ଚିଛି ।

ସ୍ପେନ୍‌ରେ ସ୍ଥିତି ସୁଧୁରିବା ନାଁ ଧରୁନାହିଁ । ଆଜି ଦିନକରେ ଏହି ଦେଶରେ ୫,୫୬୪ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୬୨୪ ରୋଗୀ ପ୍ରାଣ ହରାଇଛନ୍ତି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬,୬୦୬ ହୋଇଛି । ମୋଟ ୭୮,୭୯୯ ଜଣ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ରୋଗୀ ସଂଖ୍ୟା ଦୃଷ୍ଟିରୁ ଚୀନ୍‌କୁ ଏହା ଆଉ କିଛିଦିନ ମଧ୍ୟରେ ଅତିକ୍ରମ କରିଯିବ ବୋଲି ଆଶଙ୍କା କରାଯାଉଛି । ଜର୍ମାନୀରେ ଆଜି ୫୫୨ ଜଣ ନୂଆ ରୋଗୀ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତ ସଂଖ୍ୟା ୫୮,୨୪୭ ଛୁଇଁଛି । ଏଠାରେ ଆଜି ୨୨ ଜଣ ପ୍ରାଣ ହରାଇଛନ୍ତି । ଫଳରେ କରୋନା ମୃତକ ସଂଖ୍ୟା ୪୫୫ରେ ପହଞ୍ଚିଛି ।
ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା ୨,୩୧୪ ଛୁଇଁଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୭,୫୭୫ରେ ପହଞ୍ଚିଛି । ଇରାନରେ ୨,୯୦୧ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୮,୩୦୯ ଛୁଇଁଛି । ଦେଶରେ ଆଜି ୧୨୩ ଜଣଙ୍କ ମୃତ୍ୟୁ ଘଟିବା ପରେ ମୋଟ ମୃତ୍ୟୁ ସଂଖ୍ୟା ୨,୬୪୦ରେ ପହଞ୍ଚିଛି । ଇରାନରେ ସଂକ୍ରମିତ ସଂଖ୍ୟା ୨,୯୦୧ ବଢ଼ି ୩୮,୩୦୯ରେ ପହଞ୍ଚିଛି । ସୁଇଜରଲାଣ୍ଡରେ ୫୧୭ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ମୋଟସଂକ୍ରମିତ ସଂଖ୍ୟା ୧୪,୫୯୩ ଛୁଇଁଛି । ଏଠାରେ ମୃତ୍ୟୁ ସଂଖ୍ୟା ୨୬ ବଢ଼ି ୨୯୦କୁ ବଢ଼ିଛି ।
ଦକ୍ଷିଣ କୋରିଆରେ ମୋଟ ସଂକ୍ରମିତ ସଂଖ୍ୟା ୯,୫୮୩ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫୨ରେ ପହଞ୍ଚିଛି । ଏହି ଦେଶରେ ଆଜି ୧୦୫ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୮ ଜଣ ପ୍ରାଣ ହରାଇଛନ୍ତି । ବ୍ରିଟେନ୍‌ରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯,୫୨୨ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧,୨୨୮ ରହିଛି । ସେହିଭଳି ନେଦରଲାଣ୍ଡରେ ଗୋଟିଏ ଦିନରେ ୧୩୨ ଜଣ ପ୍ରାଣ ହରାଇଛନ୍ତି । ଫଳରେ ମୃତକ ସଂଖ୍ୟା ୭୭୧ରେ ପହଞ୍ଚିଛି । ସଂକ୍ରମିତ ଓ ମୋଟ ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଏହା ଦକ୍ଷିଣ କୋରିଆକୁ ପଛରେ ପକାଇ ଦେଇଛି । ବେଲ୍‌ଜିୟମ୍‌ରେ ୧,୭୦୨ ନୂଆ ରୋଗୀ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତ ସଂଖ୍ୟା ୧୦,୮୩୬ରେ ପହଞ୍ଚିଛି । ଦେଶରେ ଆଜି ୭୮ ରୋଗୀ ପ୍ରାଣ ହରାଇଛନ୍ତି । ଫଳରେ ମୃତକ ସଂଖ୍ୟା ୪୩୧ରେ ପହଞ୍ଚିଛି ।