Odia News Portal

ଦେଶରେ ମୃତ୍ୟୁ ସଂଖ୍ୟା ୨ହଜାର ୨୦୬କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବତ୍ତର୍ମାନ କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୨ହଜାର ୨୦୬କୁ ବୃଦ୍ଧି ପାଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ହଜାର ୧୫୨କୁ ବୃଦ୍ଧି ପାଇଥିବା ବେଳେ ୨୦ହଜାର ୯୧୭ଜଣ ସୁସ୍ଥ ହୋଇଛନ୍ତି । ଏବେ ୪୪ହଜାର ୨୯ଜଣ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ଘଣ୍ଟାରେ ୪୨୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୭ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୮୩୨ ଓ ଗୁଜୁରାଟରେ ୪୯୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।