Odia News Portal

ଆଜି ଡୁଡୁଲରେ ଗୁଗୁଲ ନିଜର ପୁରୁଣା ଫଟୋ କାହିଁକି ଦେଇଛି, ଜାଣନ୍ତୁ …

ଆଜି ଗୁଗୁଲ ତାର ୨୧ ତମ ଜନ୍ମଦିିନ ପାଳନ କରୁଛି । ଏହି ମଉକାରେ ଗୁଗୁଲ୍ ନିଜର ଡୁଡୁଲ୍ ପ୍ରସ୍ତୁତ କରି ଶୁଭକାମନା ଜଣାଇଛି । ଡୁଡୁଲ୍ ରେ ଗୁଗୁଲ୍ ନିଜର ଏକ ପୁରୁଣା କମ୍ପ୍ୟୁଟରକୁ ଦେଖାଇଛି । ଯେଉଁଥିରେ ସେହି ସମୟର ଏକ ପୁରୁଣା ସିପିୟୁ ,ମନିଟର୍ , କିବୋର୍ଡ ଏବଂ ମାଉସ୍ ରହିଛି । ଏହି ଫଟୋରେ ’୯୮ ୯ ୨୭’ (୨୭ ସେପ୍ଟେମ୍ବର ୧୯୯୮) ଲେଖାଥିବାର ମଧ୍ୟ ଦେଖାଯାଉଛି । ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ୍ ରେ ଆଜି ଗୁଗୁଲ୍ ଦୁନିଆର ସବୁଠାରୁ ବଡ଼ ପ୍ଲାଟଫର୍ମ ହୋଇସାରିଛି ।

ଗୁଗୁଲ୍ ର ଜନ୍ମଦିନ ଅନେକ ସମୟରେ ପରିବର୍ତ୍ତନ ହୋଇଛି । ୨୦୦୫ ପର୍ୟ୍ୟନ୍ତ ଗୁଗୁଲ୍ ନିଜ ଜନ୍ମଦିନ ସେପ୍ଟେମ୍ବର ୭ ତାରିଖ ପର୍ୟ୍ୟନ୍ତ ପାଳନ କରି ଆସୁଥିଲା । ଏହାପରେ କିଛି ବର୍ଷ ପର୍ୟ୍ୟନ୍ତ କମ୍ପାନୀ ୮ ସେପ୍ଟେମ୍ବର ଏବଂ ୨୬ ସେପ୍ଟେମ୍ବରରେ ପାଳନ କରି ଆସୁଥିଲା । ନିକଟରେ କମ୍ପାନୀ ପୁଣି ସେପ୍ଟେମ୍ବର ୨୭ ତାରିଖରେ ଜନ୍ମଦିନ ପାଳନ କରିବାକୁୁ ନିଷ୍ପତ୍ତି ନେଲା ।