ପଞ୍ଜାବ: ବାୟୁସେନାର ଲଢୁଆ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ । ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁସାରେ, ଟ୍ରେନିଂ ବେଳେ ପାଇଲଟ୍ ଅଭିନବ ରାଜସ୍ଥାନର ସୁରତଗଡ଼ରୁ ମିଗ୍-୨୧ର ଉଡ଼ାଣ ଭରିଥଲେ । ଯାହାପରେ ବିମାନଟି ହଠାତ୍ କ୍ରାସ୍ ହୋଇଯାଇ ଥିଲା ।

ସୂଚନା ଅନୁଯାୟୀ, ପଞ୍ଜାବ ମୋଗା ନିକଟରେ ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ବାୟୁସେନାର ‘ମିଗ୍-୨୧’ ଲଢୁଆ ବିମାନଟି ମୋଗା ଅନ୍ତର୍ଗତ ବାଘାପୁରନା ଅଞ୍ଚଳର ଲାଙ୍ଗିଆନା ଖୁର୍ଦ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ବାୟୁସେନା ଅଧିକାରୀମାନେ କହିଛନ୍ତି। ବିମାନଟି ରାଜସ୍ଥାନର ସୁରତଗଡରୁ ଉଡାଣ ଭରିଥିଲା । ତେବେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିବା ପୂର୍ବରୁ ତାହାକୁ ଚଳାଉଥିବା ପାଇଲଟ୍ ‘ସ୍କ୍ବାଡ୍ରୋନ୍ ଲିଡର୍ ଅଭିନବ ଚୌଧୁରୀ ବାହାରି ଯାଇଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖୁବ୍ ସାଂଘାତିକ ଥିବା କଥା ସେମାନେ କହିଛନ୍ତି ।ଦୁର୍ଘଟଣାର କାରଣ ସଂକ୍ରାନ୍ତରେ କିଛି ଜଣାପଡ଼ିନାହିଁ । ତଦନ୍ତ ପାଇଁ ‘କୋର୍ଟ ଅଫ୍ ଇନ୍କ୍ବାରି’ ଆଦେଶ ଦିଆଯାଇଛି ।