Odia News Portal

ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ, ପଢ଼ନ୍ତୁ କଣ ସବୁ କହିଛନ୍ତି ମୋଦି

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଗତ ଶହେ ବର୍ଷ ମଧ୍ୟରେ ଏହା ସବୁଠାରୁ ବଡ଼ ମହାମାରୀ । ପୂର୍ବରୁ ମେଡିକାଲରେ କେବେ ଏଭଳି ଅକ୍ସିଜେନର ଆବଶ୍ୟକତା ପଡିନଥିଲା । ଏଭଳି ମହାମାରୀ କେବେ ବିଶ୍ୱ ଦେଖି ନଥିଲା । ସାରା ଦେଶବାସୀ ଏହି ମହାମାରୀ ବିରୋଧୀରେ ଏକାଠି ହୋଇ ଲଢ଼ୁଛନ୍ତି । କରୋନାର ଦ୍ୱିତୀୟ ଲହରରେ ଆମର ଲଢ଼େଇ ଜାରି ରହିଛି । ଅକ୍ସିଜେନ ପାଇଁ ଜଳ,ସ୍ଥଳ ଓ ଆକାଶ ବାହିନୀର ବ୍ୟବହାର କରାଯାଇଛି । ଆମ ବୈଜ୍ଞାନିକମାନେ କମ ସମୟରେ ଟିକା ପ୍ରସ୍ତୁତ କରିବେ ବୋଲି ଆମର ଆଶାଥିଲା । ଟିକାକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛି । ଟିକାକରଣ ଜୋରଦାର ଚାଲିଛି । ଆମେ ଶତ ପ୍ରତିଶତ ଟିକା ଦେବାକୁ ଚେଷ୍ଠା କରିବୁ । ୨୦୧୪ ପୂର୍ବରୁ ଯେଭଳି ଟିକାକରଣ ଚାଲିଥିଲା ପୁଣି ସେଭଳି ଟିକାକରଣ ଚାଲିବ । ଛୋଟଛୁଆଙ୍କ ଲାଗି ୨ଟି ଟିକାର ପରୀକ୍ଷା ଚାଲିଛି । ଏହା ଫଳପ୍ରଦ ହେଲେ ଦିଆଯିବ । ଭାରତ ୨ଟି ଟିକା ପ୍ରସ୍ତୁତ କରିଦେଖାଇଛି ।