Odia News Portal

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ପାଇଁ ଓଡିଶାର କାହାକୁ ଆସିଛି କଲ, ଜାଣନ୍ତୁ

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଶପଥ ନେବାକୁ ଯାଉଛନ୍ତି। ଆଜି ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।ରାଜ୍ୟରୁ ୮ ଜଣ ବିଜେପି ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।

ପିଏମ୍ଓ ପକ୍ଷରୁ ସମ୍ଭାବ୍ୟ ମନ୍ତ୍ରୀଙ୍କ ପାଖକୁ ଫୋନ୍ କଲ୍ ଯାଉଥିବା ଜାତୀୟ ଗଣମାଧ୍ୟରୁ ସୂଚନା ମିଳିଛି।ରବି ଶଙ୍କର ପ୍ରସାଦ, ନିର୍ମଳା ସୀତାରମଣ୍, ପ୍ରକାଶ ଜାଭଡେକର, ମୁଖତାର ଅବ୍ଦାସ ନକଭି, ପୀୟୁଷ ଗୋୟଲ, ଜିତେନ୍ଦ୍ର ସିଂହ, ଅର୍ଜୁନରାମ ମେଘଓ୍ଵାଲ,ସ୍ମୃତି ଇରାନୀ,ରାଜନାଥ ସିଂ,ବାବୁଲ ସୁପ୍ରିୟୋ,ସନ୍ତୋଷ ଗଙ୍ଗୱାର, ସ୍ୱାଧୀ ନିରଞ୍ଜନ ଜ୍ୟୋତି, କିରନ ରିଜ୍ଜଜୁ, ହରସିମରତ କୌର,ସଦାନନ୍ଦ ଗୌଡା,କିଷନ ପଲ୍ ଗୁଜ୍ଜର ଓ ଅନୁପ୍ରିୟା ପଟେଲଙ୍କୁ ଫୋନ୍ କଲ୍ ଯାଇଥିବା ଜଣାପଡ଼ିଛି।

ମନ୍ତ୍ରୀ ହେବା ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ଫୋନ କଲ୍ ଆସିଥିବା ସୂଚନା ମିଳିଛି। ଏହାପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି। ତେବେ ଏପର୍ୟ୍ୟନ୍ତ ଓଡ଼ିଶାର ଅନ୍ୟ କୌଣସି ସାଂସଦଙ୍କୁ ଫୋନ୍ କଲ୍ ଆସିଥିବା ନେଇ ସୂଚନା ମିଳି ନାହିଁ।