Odia News Portal

ମୋ କୁଶପୁତଳିକାକୁ ଚପଲ ମାର

ନୂଆଦିଲ୍ଲୀ ()  ଦିଲ୍ଲୀର ରାମଲୀଲା ମଇଦାନରେ ଆୟୋଜିତ ବିଜେପିର ଧନ୍ୟବାଦ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି।
ମୋଦୀ କହିଛନ୍ତି, କୁଶପୁତଳିକାକୁ ଚପଲ ମାର, ନିଆଁ ଲଗାଇ ଦିଅ। ହେଲେ ଏହାର ରାଗ ସୁଝାଇବାକୁ ଯାଇ ଗରିବ ଲୋକଙ୍କ ଘର କିମ୍ୱା ଗାଡ଼ି ପୋଡ଼ ନାହିଁ। ଆପଣଙ୍କୁ ମୋଦି ଭଲ ଲାଗୁନି ଠିକ୍ ଅଛି, ହେଲେ ଦେଶର ସମ୍ପତ୍ତି ନଷ୍ଟ କର ନାହିଁ। ସିଏଏକୁ ନେଇ ସାରା ଦେଶରେ ହିଂସା ଜାରି ରହିଥିବାବେଳେ ଆନ୍ଦୋଳନକାରୀ ଏବଂ ବିରୋଧୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ୧୩ଟି ସହରରେ ସିଏଏ ହିଂସା ଏବେ ଦେଖିବାକୁ ମିଳିଛି।

ମୋଦୀ ଆହୁରି କହିଛନ୍ତି ନାଗରିକତା ଆଇନକୁ ନେଇ କିଛି ଦଳ ହିଂସାର ରୂପ ଦେଇଛନ୍ତି। ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି। ଲୋକଙ୍କୁ ଧର୍ମ ନାମରେ ଉସକାଇ ନିଜର ସ୍ୱାର୍ଥ ଓ ରାଜନୀତିକ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ମିଛ ଏଜେଣ୍ଡା ଚଳାଉଛନ୍ତି’। ‘ଆପଣମାନେ ଏମାନଙ୍କ କାନକୁହା କଥାରେ ପଡ଼ନ୍ତୁ ନାହିଁ। ନିଜ ରାଜନୀତିକ ଏଜେଣ୍ଡାକୁ ସଫଳ କରିବା ପାଇଁ କିଛି ଲୋକ ସୋଶାଲ ମିଡିଆରେ ଗୁଜବ ଖବର ଦେଉଛନ୍ତି। ନିଜ ସ୍ୱାର୍ଥ ପାଇଁ ଓ ରାଜନୀତିକ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଦେଶରେ କିଭଳି ଆନ୍ଦୋଳନ ଏବଂ ଗୁଜବ ଖବର ପ୍ରଚାର କରିହୁଏ ଏହି ସପ୍ତାହରେ ସାରା ଦେଶ ଦେଖିଛି।

ପୁଲିସ ଉପରେ ହୋଇଥିବା ଆକ୍ରମଣକୁ ଏହି ଅବସରରେ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ। ଖରା, ବର୍ଷା ହେଉକି ଶୀତ ଲୋକଙ୍କ ସୁରକ୍ଷା ପାଇଁ ପୁଲିସ ଆଗେଇ ଆସୁଥିବାବେଳେ ସେହି ପୁଲିସ ଉପରକୁ ଆକ୍ରମଣ କରିବା ନିନ୍ଦନୀୟ ବୋଲି ସେ କହିଛନ୍ତି।