Odia News Portal

ନିଜ ପାଇଁ ମୋଦି ରଖିଲେ ଏହି ସବୁ ବିଶେଷ ବିଭାଗ

ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନରେନ୍ଦ୍ର ମୋଦି ଆଜି ତାଙ୍କ ଟିମରେ କାହାକୁ କେଉଁ ବିଭାଗ ମିଳିଛି, ସେକଥା ଘୋଷଣା କରିଛନ୍ତି। ତେବେ ମୋଦି ନିଜ ପାଖରେ ଏକାଧିକ ଗରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି। ସେଗୁଡ଼ିକ ହେଲା- ପର୍ସୋନେଲ ବିଭାଗ, ସାଧାରଣ ଅଭିଯୋଗ, ପେନସନ, ଆଟମିକ ଏନର୍ଜି, ମହାକାଶ ବିଭାଗ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ନିଷ୍ପତ୍ତି ନେଉଥିବା ବିଭାଗ ଓ ବଣ୍ଟା ଯାଇ ନଥିବା ସମସ୍ତ ବିଭାଗର ଦାୟିତ୍ୱ ସେ ନିଜେ ଦେଖାଶୁଣା କରିବେ।