Odia News Portal

ପୁଣି ଲାଗୁ ହେଲା ରାତ୍ରିକାଳୀନ କର୍ଫ୍ୟୁ

ଦେଶରେ ପୁଣିଥରେ କରୋନା ମାମଲାରେ ବୃଦ୍ଧି ଦେଖାଯାଇଛି । କରୋନାକୁ ଦୃଷ୍ଟିରେ ରଖି ପୂର୍ବରୁ ଜାରି କରାଯାଇ ଥିବା କର୍ଫ୍ୟୁ ପୁଣିଥରେ ଫେରିଛି । ଗୁଜୁରାଟର ଅହମ୍ମଦାବାଦରେ କରୋନା କେସ୍‌ରେ ଲଗାତାର ବୃଦ୍ଧି ଯୋଗୁଁ ଗୁଜୁରାଟ ସରକାର ଗୁରୁବାର ରାତ୍ରିର ପୁନର୍ବାର କର୍ଫ୍ୟୁ ଲାଗୁ କରିଛନ୍ତି । ରାତ୍ରିକାଳୀନ କର୍ଫ୍ୟୁ ଏଠାରେ ଜାରି କରାଯାଇଛି । ଏହି କର୍ଫ୍ୟୁ ରାତି ୯ ଟାରୁ ଏହି କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୬ଟାରେ ଶେଷ ହେବ । ତେତେ ଏହି ସମୟରେ ଆବଶ୍ୟକୀୟ ଦୋକାନ ଖୋଲା ରହିବ । ଅହମ୍ମଦାବାଦ ପାଇଁ ୨୦ଟି ଅତିରିକ୍ତ ଆମ୍ବୁଲାନ୍ସ, ୩୦୦ ଡାକ୍ତର, ଓ ୩୦୦ ମେଡିକାଲ ଛାତ୍ରଛାତ୍ରୀଙ୍କୁ ଆବଣ୍ଟିତ କରାଯାଇଛି । ଏହା ବ୍ୟତୀତ ଗୁଜୁରାଟ ପାଇଁ କେନ୍ଦ୍ର ସରକାର ହାଇଲେବଲ୍ ଟିମ୍‌କୁ ମଧ୍ୟ ପଠାଇଛନ୍ତି ।
ସୂଚନାଯୋଗ୍ୟ, ମିଳିଥିବା ସୂଚନା ମୁତାବକ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୫ ହଜାର ୮୮୨ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫୮୪ ମୃତ୍ୟୁ ହୋଇଛି । ଏବେ ଦେଶରେ ସମୁଦାୟ କରୋନା ଜନିତ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାର ୨୦୨ରେ ପହଞ୍ଚିଛି । ୪୫ ହଜାର ୮୮୨ ନୂତନ ଆକ୍ରାନ୍ତଙ୍କ ସହିତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ ୪ ହଜାର ୩୬୫ରେ ପହଞ୍ଚିଛି ।