Odia News Portal

୩ ସପ୍ତାହ ଘୁଞ୍ଚିଲା ସାବରିମାଳା ରାୟ

ନୂଆଦିଲ୍ଲୀ() ପୁଣି ୩ ସପ୍ତାହ ଘୁଞ୍ଚିଲା ସାବରିମାଳା ରାୟ। ସାବରିମାଲା ଏବଂ ସେଥିସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗରେ ଉପୁଜିଥିବା ସମସ୍ୟାଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ସୋମବାର ଦିନ ସୁପ୍ରିମ୍ କୋର୍ଟର ୯ଜଣ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଓକିଲମାନଙ୍କୁ ତିନି ସପ୍ତାହ ସମୟ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡ଼େଙ୍କ ନେତୃତ୍ୱାଧୀନ ଖଣ୍ଡପୀଠର ବିଚାରପତି ଆର୍ ବାନୁମତୀ, ଅଶୋକ ଭୂଷଣ, ଏଲ୍ ନାଗେଶ୍ୱର ରାଓ, ମୋହନ ଏମ୍ ଶାନ୍ତାଗୌଦର, ଅବ୍ଦୁଲ୍ ମାଜୀର, ସୁଧାଶ ରେଡ୍ଡୀ, ବିଆର୍ ଗଓ୍ଵାଇ ଏବଂ ସୂର୍ୟ୍ୟକାନ୍ତ ଏହି ଆଦେଶ ଦେଇଛନ୍ତି।

ବହୁ ଚର୍ଚ୍ଚିତ କେରଳର ସବରିମାଳା ମନ୍ଦିରରେ ସମସ୍ତ ଆୟୁ ବର୍ଗର ମହିଳାଙ୍କ ପ୍ରବେଶକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପୁନର୍ବିଚାର ଯାଚିକା ବୃହତ୍ତମ ବେଞ୍ଚ ନିକଟକୁ ପଠାଯାଇଛି। ସୁପ୍ରମକୋର୍ଟ ସବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ମନା କରି ଦେଇଛନ୍ତି। ଏବେ ଏହି ମାମଲାରେ ୭ ଜଣିଆ ସାମ୍ଵିଧାନିକ ଖଣ୍ଡପୀଠ ରାୟ ଶୁଣାଇବେ।