କର୍ଣ୍ଣାଟକରେ ନାଇଟ କର୍ଫ୍ୟୁ । ୧୦ ଦିନ ପାଇଁ ଲାଗୁ ହେବ ନାଇଟ କର୍ଫ୍ୟୁ । ଓମିକ୍ରନ କେସ କୁ ନଜରରେ ରଖି ଏଭଳି ନିଷ୍ପତି ନେଇଛନ୍ତି ସରକାର । ଡିସେମ୍ବର ୨୮ ରୁ ଜାନୁଆରୀ ୭ ପର୍ଯ୍ୟନ୍ତ ସକାଳ ୧୦ ରୁ ସଂନ୍ଧ୍ୟା ୫ ଟା ଯାଏ ଲାଗୁ ହେବ ନାଇଟ କର୍ଫ୍ୟୁ ।
ଏହା ସହ ନୂଆବର୍ଷ ପାର୍ଟି ଓ ସମାବେଶ ଉପରେ ମଧ୍ୟ ଲାଗୁ ହୋଇଛି କଟକଣା । ନୂଆବର୍ଷ ପାଇଁ କୌଣସି କାର୍ୟ୍ୟକ୍ରମକୁ ଅନୁମତି ମିଳିବ ନାହିଁ । ବିଶେଷକରି ଯେଉଁମାନେ ଡିଜେ ବଜାଇ ଉତ୍ସବ ପାଳନ ଓ ବଡ଼ଧରଣର ସମାବେଶକୁ ବାରଣ କରାଯାଇଛି । ସେହିପରି ହୋଟେଲ, ପବ୍ ଓ ରେସ୍ତୋଁରା ୫୦ ପ୍ରତିଶତ କ୍ଷମତାରେ ଚାଲିବ । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ କୋଭିଡ ଟେକ୍ନିକାଲ ଉପଦେଷ୍ଟା କମିଟି ସଦସ୍ୟଙ୍କୁ ନେଇ ଏକ ବୈଠକ ବସିଥିଲା । କରୋନା ନୂଆ ଭାରିଆଣ୍ଟ ମୁକାବିଲା ପାଇଁ ରାତ୍ରିକାଳୀନ କର୍ଫ୍ୟୁ ସହ ନୂଆବର୍ଷ ପାର୍ଟି ଲାଗି କଟକଣା ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି ।
ଦେଶରେ ଦିନକୁ ଦିନ ଓମିକ୍ରନ ମାମଲା ବଢୁଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଯାଇଛି। କିଛି ରାଜ୍ୟରେ ରାତ୍ରକାଳୀନ କର୍ଫ୍ୟୁ ଆରମ୍ଭ ହୋଇଗଲାଣି। କେବଳ ଜରୁରୀ ସେବାକୁ ଏଥିରୁ ବାଦ୍ ଦିଆଯାଇଛି। କରୋନା ଆରମ୍ଭ ହୋଇଥିବା ଦେଶ ଚୀନ ବଢୁଥିବା ସଂକ୍ରମଣ ଯୋଗୁଁ ଲକଡାଉନ ହୋଇଛି।
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
						
			