Odia News Portal

ଚଳିତଥର ହେବନାହିଁ ଶୀତକାଳୀନ ସଂସଦୀୟ ଅଧିବେଶନ

କରୋନାକୁ ଦୃଷ୍ଟିରେ ରଖି ଚଳିତଥର ହେବନାହିଁ ସଂସଦୀୟ ଶୀତକାଳୀନ ଅଧିବେଶନ । କରୋନା ପାଇଁ ଏଥରର ଶୀତକାଳୀନ ଅଧିବେଶନକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ଚିଠି ଲେଖି ଏ ବିଷୟରେ ଅବଗତ କରାଇଛନ୍ତି।

ସେ କହିଛନ୍ତି, ସମସ୍ତ ରାଜନୀତିକ ଦଳର ନେତାମାନେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶୀତ ଅଧିବେଶନ ଆୟୋଜନ ନ କରିବାକୁ ରାଜି ହୋଇଛନ୍ତି। ତେବେ ଜାନୁଆରୀ ମାସରୁ ସିଧା ସଳଖ ବଜେଟ ଅଧିବେଶନ ଆରମ୍ଭ ହେବ ବୋଲି ସେ ଜଣାଇଛନ୍ତି ।କରୋନା ସଂକ୍ରମଣ ଯୋଗୁଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ସବୁ ଦଳ ଶୀତକାଳୀନ ଅଧିବେଶନ ହେବା ସପକ୍ଷରେ ନଥିବା କହିଥିବା ବେଳେ, କଂଗ୍ରେସ ଏହା ମିଛ ବୋଲି ଯୁକ୍ତି ବାଢ଼ିଛି । ଶୀତ ଅଧିବେଶନ ବାତିଲ କରିବା ପୂର୍ବରୁ ସରକାର କଂଗ୍ରେସ ସହ ଆଦୌ ଆଲୋଚନା କରି ନଥିବା ଦଳ ପକ୍ଷରୁ କୁହାଯାଇଛି।

କୃଷକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଚିଠି ଲେଖିଥିଲେ। ଏହି ଚିଠିର ଜବାବ ଶ୍ରୀ ଯୋଶୀ କହିଛନ୍ତି ସମସ୍ତଙ୍କ ସହ ଆଲୋଚନା ପରେ ଏଥର ଶୀତ ଅଧିବେଶନ ନ କରିବାକୁ ସମସ୍ତେ ସହମତି ପ୍ରକାଶ କରିଛନ୍ତି ।