Odia News Portal

ସଂଧ୍ୟା ୭ଟା ପରେ ମହିଳା କର୍ମଚାରୀଙ୍କୁ ରଖିପାରିବେନି କୌଣସି ବି କଂପାନୀ ମାଲିକ

ନୂଆଦିଲ୍ଲୀ () ଏଣିକି ସକାଳ ୬ଟାରୁ ସଂଧ୍ୟା ୭ଟା ମଧ୍ୟରେ ରହିବ ମହିଳାଙ୍କ କାମ କରିବାର ସମୟ । ସଂଧ୍ୟା ୭ଟା ପରେ ମହିଳା କର୍ମଚାରୀଙ୍କୁ ରଖିପାରିବେନି କୌଣସି ବି କଂପାନୀ ମାଲିକ । ଯଦି କୌଣସି ସଂସ୍ଥା କିମ୍ବା କଂପାନୀ କୌଣସି ମହିଳା କର୍ମଚାରୀଙ୍କୁ ରାତି ୭ଟା ପରେ କାମ କରିବାକୁ କୁହନ୍ତି ତେବେ ତାଙ୍କ ସୁରକ୍ଷା ଦାୟିତ୍ୱ ସଂପୃକ୍ତ କର୍ମଚାରୀଙ୍କର ହିଁ ରହିବ । ସେହିଭଳି କୌଣସି ବି କର୍ମଚାରୀ ସପ୍ତାହରେ ୬ଦିନରୁ ଅଧିକ ଦିନ କାମ କରିପାରିବେ ନାହିଁ । ଯଦି କୌଣସି କର୍ମଚାରୀଙ୍କୁ ଓଭରଟାଇମ କାମ କରିବାକୁ କୁହାଯାଏ ତେବେ ସଂପୃକ୍ତ କଂପାନୀ ତାଙ୍କୁ ସେ ଦିନର ଦୁଇଗୁଣା ମଜୁରୀ ଦେବାକୁ ହେବ । ତେବେ ଏକଥା ଆମେ କହୁନାହୁଁ ବରଂ ସଂସଦରେ ପାରିତ ହୋଇଥିବା ବିଧେୟକରେ ପ୍ରସ୍ତାବ ଦିଆଯାଇଛି ।

ତେବେ ନୂଆ ଶ୍ରମ ଆଇନ ଅନୁସାରେ, ଅଧିକ ଲୋକଙ୍କୁ ଚୁକ୍ତି ଭିତିକ ଶ୍ରମିକ ଭାବେ ନିଯୁକ୍ତ କରିବା ଲାଗି କଂପାନୀମାନଙ୍କୁ ଏବେ ଅନୁମତି ମିଳିବ । ଏଥି ସହିତ ଚୁକ୍ତିର ସମୟ ଯେତେ ଥର ଚାହିଁଲେ କଂପାନୀ ବଢାଇପାରିବେ । ସେହିଭଳି ମହିଳା କର୍ମଚାରୀଙ୍କ କାମ କରିବାର ସମୟ ସକାଳ ୬ଟାରୁ ସଂଧ୍ୟା ୭ଟା ଭିତରେ ରହିବ । ତେବେ ସଂଧ୍ୟା ୭ଟା ପରେ ଯଦି କୌଣସି ମହିଳା କର୍ମଚାରୀ କାମ କରନ୍ତି ତେବେ ତାଙ୍କ ସୁରକ୍ଷା ଦାୟିତ୍ୱ ସଂପୃକ୍ତ କଂପାନୀକୁ ନେବାକୁ ହେବ । କୌଣସି ବି କର୍ମଚାରୀ ସପ୍ତାହକୁ ୬ଦିନରୁ ଅଧିକ ଦିନ କାମ କରିବେ ନାହିଁ । ଓଭରଟାଇମ ପାଇଁ ଅଧିକ ଟଙ୍କା ଦେବାକୁ ପଡିବ ।