Odia News Portal

କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ଉଠିଲା ଅଙ୍ଗୁଳି

ଭୁବନେଶ୍ୱର () ଗୄହରେ ଉଠିଲା ପୋଲାଭରମ ପ୍ରସଙ୍ଗ। ଶାସକ ଦଳ ବିଧାୟକ ଦେବୀ ମିଶ୍ର ଉଠାଇଲେ । ମାଲକାନଗିରି ଜିଲ୍ଲାରେ ପ୍ରଭାବିତ ହେବାକୁ ଯାଉଥିବା ବିସ୍ଥାପିତଙ୍କ ଜୀବନଜୀବିକା ବାବଦରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ଅଙ୍ଗୁଳି ଉଠାଇଲେ। ସିପିଆଇ ଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବି ଏ ସମ୍ପର୍କରେ ପିଆଇଏଲ ଫାଇଲ କରିଥିଲେ। କୋର୍ଟ ବି ନିର୍ଦ୍ଦେଶ ଦେଇଥିଲେ ସମସ୍ତ କ୍ଲିଅରାନ୍ସ ନ ମିଳିବା ଯାଏ କାମ ଆଗେଇବନି ବୋଲି। ତା ସତ୍ତ୍ୱେ ବି ଆନ୍ଧ୍ର ପ୍ରତି ଦରଦ ଥିବା କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଓଡିଶା ପ୍ରତି ବୈମାତୃକ ମନୋଭାବ କୁ ନିନ୍ଦା କରୁଛୁ। ପୁଣିଥରେ ଦୁଇ ବର୍ଷ ପାଇଁ କାମ କରିପାରିବେ ବୋଲି କେନ୍ଦ୍ର ଦେଇଥିବା ଅନୁମତି ନିନ୍ଦନୀୟ। ଗୄହରେ ସର୍ବସମ୍ମତ ଭାବେ ଏହାକୁ ଆଲୋଚନା କରାଯାଉ।

ଆଗ ମାଟି ପଛେ ପାର୍ଟି। କେତେ ଗାଁ ବୁଡିବ ଲୋକଙ୍କ ପାଖରେ ତାହାର ସ୍ପଷ୍ଟତା ନାହିଁ। ଆଦିବାସୀ ଙ୍କ ଭାଵାବେଗର କଥା ପଡିଛି। ସୁପ୍ରିମକୋର୍ଟ ଲଗାଇଥିବା ସ୍ଥଗିତାଦେଶକୁ କେନ୍ଦ୍ର ଉଠାଇଦେବା ଆଦିବାସୀଙ୍କୁ ବଳି ପକାଇବା ସଦୄଶ। ଗୃହରେ କି ମୁଖ୍ୟମନ୍ତ୍ରୀ କେବଳ କୁମ୍ଭୀର କାନ୍ଦଣା କାନ୍ଦିଲେ କିଛି ଫଳ ମିଳିବନି। ଗୃହରେ ଏ ନେଇ ଗଠିତ କମିଟି ଥରେ ହେଲେ ବି ଘଟଣାସ୍ଥଳକୁ ଗଲାନି କି ଦିନଟିଏ ବି ବସିଲାନି। ପଲ୍ଲୀରୁ ଦିଲ୍ଲୀ ଯାଏ ମହାନଦୀ କୁ ନେଇ ଯାଇଥିଲ। ହେଲେ ଫଳ ଶୂନ୍। ଏଵେ ତ ବିଜେଡି ଓ ବିଜେପି ମିଶିକି ଅଛ। ପୂର୍ବଭଳି ଲଢେଇ ଦରକାର ପଡିବନି। କେନ୍ଦ୍ର ଉପରେ ଚାପ ସହ ପ୍ରଧାନମନ୍ତ୍ରୀଙ୍କୁ ସମୟ ମଗାଯାଉ। ମୁଖ୍ୟମନ୍ତ୍ରୀ ଫୋନ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ସମୟ ମାଗନ୍ତୁ।

ବିଧି ପରାମର୍ଶ ଦାତା କିମ୍ବା ସର୍ଵଦଳୀୟ ବୈଠକ କିମ୍ବା ଗୄହ କମିଟି ବୈଠକ ତୁରନ୍ତ ଡାକିବାକୁ ବାଚସ୍ଫତିଙ୍କୁ ଅନୁରୋଧ କଲେ କଂଗ୍ରେସ ବିଧାୟକ ତାର ପ୍ରସାଦ ବାହିନୀପତି ।

ପ୍ରକଳ୍ପ ହେଲେ ତାହାର କ୍ଷୟକ୍ଷତି ଭରଣା କରିବା ସମ୍ଭବ ନୁହେଁ। ୨୨୧ ଏକର ଜଙ୍ଗଲ ଜମି ବୁଡିଯିବ। ୨୫ ରୁ ୩୫ ଗାଁ ଜଳମଗ୍ନ ହେବ। ବ୍ୟାକ ଓ୍ବାଟର ପାଇଁ ନୀତି ନାହିଁ କି ବିସ୍ଥାପିତଙ୍କ ପାଇଁ କୌଣସି ନୀତି ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ଅରବିନ୍ଦ ଢାଲି ।