Odia News Portal

ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ

ନୂଆଦିଲ୍ଲୀ() ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି । ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ବି ପ୍ରଣବ ମୁଖାର୍ଜୀ ଭେଣ୍ଟିଲେଟରରେ ରହିଥିବା ଜଣାଯାଇଛି । ଏକ ସ୍ପେଶାଲିଷ୍ଟ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କଥା ବୁଝୁଥିବା ଆର୍ମି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗତ ଅଗଷ୍ଟ ୧୦ରେ ଦିଲ୍ଲୀରେ ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ପ୍ରଣବଙ୍କ ମସ୍ତିଷ୍କ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିବା ପରେ ତାଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା। ଏହା ପୂର୍ବରୁ ତାଙ୍କର କୋଭିଡ ପରୀକ୍ଷଣ କରାଯାଇ ଥିବା ବେଳେ ସେ ପଜିଟିଭ ଚିହ୍ନଟ ହୋଇଥିଲେ।