Odia News Portal

ଭାରତକୁ ପୁଣି ଫେରିବ PUBG

ନୂଆଦିଲ୍ଲୀ () ଭାରତ ଫେରିବାକୁ ଯାଉଛି ଲୋକପ୍ରିୟ ଗେମିଂ ଆପ୍‌ PUBG ।  ଭାରତକୁ ପବଜୀ ମୋବାଇଲ୍‌ ଗେମ୍‌ ଫେରିବା ନେଇ ସାଉଥ୍‌ କୋରିଆ କମ୍ପାନୀ ପବଜୀ କର୍ପୋରେସନ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ ନୂଆ ଫିଚର ସହ ଗେମ୍‌ ଲଞ୍ଚ ହେବାକୁ ଥିବା ବେଳେ ଏଥର କୌଣସି ଚୀନ ଆପ୍‌ ପାର୍ଟନର ନଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ପବଜୀ କର୍ପୋରେସନ୍‌ ଅନୁସାରେ ଭାରତରେ ପବଜୀ ମୋବାଇଲ ଇଣ୍ଡିଆ ଲଞ୍ଚ ହେବ। ଏଥିରେ ବିଶେଷ ଭାବେ ୟୁଜରଙ୍କ ଡାଟା ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ। ଏହା ସହ ଭାରତରେ ବଡ଼ ନିବେଶ କରିବାକୁ କମ୍ପାନୀ ଯୋଜନା କରୁଥିବା ଜଣାପଡ଼ିଛି।

ପ୍ଳେୟର୍ସ ଅନ୍‌ନୋନ୍‌ ବ୍ୟାଟେଲଗ୍ରାଉଣ୍ଡ(ପବ୍‌ଜୀ)ର ନିର୍ମାତା ପବଜୀ କର୍ପୋରେସନ୍‌ର ପ୍ୟାରେଣ୍ଟ ସାଉଥ୍‌ କୋରିଆ କମ୍ପାନୀ କ୍ରାଫ୍ଟନ। ତେବେ କମ୍ପାନୀ ପକ୍ଷରୁ ପବ୍‌ଜୀ ମୋବାଇଲ୍‌ ଇଣ୍ଡିଆ ଲଞ୍ଚ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।