Odia News Portal

ଆଇପିଏସ ଅଫିସର ରାଜୀବ କୁମାରଙ୍କୁ ଝଟକା

ଆଇପିଏସ ଅଫିସର ରାଜୀବ କୁମାରଙ୍କୁ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ରାଜୀବଙ୍କୁ ଗିରଫ ନ କରିବାକୁ ଫେବୃଆରୀ ୫ ତାରିଖରେ ସୁପ୍ରିମକୋର୍ଟ ଯେଉଁ ଆଦେଶ ଦେଇଥିଲେ ତାହା ଆଜି ଉଠାଇ ଦେଇଛନ୍ତି। ତେବେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ତାଙ୍କୁ ୭ ଦିନ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ଯଦି ୭ ଦିନ ମଧ୍ୟରେ ତାଙ୍କୁ ଆଗୁଆ ଜାମିନ ନମିଳେ ତା’ହେଲେ ସିବିଆଇ ରାଜୀବଙ୍କୁ ଗିରଫ କରିପାରିବ ବୋଲି ଜଣାପଡ଼ିଛି।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି। ତାଙ୍କ ସହିତ ଜଷ୍ଟିସ ଦୀପକ ଗୁପ୍ତା ଏବଂ ସଞ୍ଜୀଭ ଖାନ୍ନା ମଧ୍ୟ ରହିଛନ୍ତି।

ଶାରଦା ଚିଟଫଣ୍ଡ ଘୋଟଲାର ତଦନ୍ତ କରୁଥିବା ବେଳେ ରାଜୀବ କୁମାର ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ଛନ୍ଦି ହୋଇଯାଇଛନ୍ତି। ଯାହାର ପ୍ରମାଣ ସିବିଆଇ ପାଇଛି।