Odia News Portal

ଭୁଲ ସ୍ୱୀକାର କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭୁଲ ସ୍ୱୀକାର କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ ଏପର୍ଯ୍ୟନ୍ତ କରୋନାର କମ୍ୟୁନିଟି ଟ୍ରାନ୍ସମିଶନ ବା ସମୂହ ସଂକ୍ରମଣ ଆରମ୍ଭ ହୋଇନାହିଁ । ସରକାର ଏ ସଂପର୍କରେ ସତର୍କ ନଜର ରଖିଛନ୍ତି ଓ ବାରମ୍ବାର ସମୂହ ସଂକ୍ରମଣ କଥାକୁ ଅସ୍ୱୀକାର କରିଆସୁଛନ୍ତି । ହେଲେ ଡବ୍ଲୁଏଚଓ ପ୍ରକାଶ କରିଥିବା ଏହାର ସିଚୁଏସନ ରିପୋର୍ଟ ଅର୍ଥାତ କରୋନାର ବର୍ତମାନ ପରିସ୍ଥିତି ବାବଦରେ ପ୍ରକାଶ କରିଥିବା ରିପୋର୍ଟରେ ବିଭିନ୍ନ ଦେଶ ସହିତ ଭାରତର ନାଁକୁ ମଧ୍ୟ ସାମିଲ କରିଥିଲା ।

ଏଥିରେ କଡା ଆପତି କରିଥିଲେ ଭାରତ ସରକାର । ବର୍ତମାନ ସୁଦ୍ଧା ଭାରତ ଷ୍ଟେଜ୍- ଥ୍ରୀକୁ ଯାଇନାହିଁ ବୋଲି ସ୍ପଷ୍ଟ କରିବା ପରେ ରିପୋର୍ଟରେ ସଂଶୋଧନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ କରୋନା ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସଂକ୍ରମଣ ହୋଇଥିବା ସଂଶୋଧିତ ରିପୋର୍ଟରେ କୁହାଯାଇଛି । ଗତକାଲି ମଧ୍ୟ ସାମ୍ବାଦିକ ସମ୍ମିଳନୀ ବେଳେ ସାମ୍ବାଦିକଙ୍କ ପ୍ରଶ୍ନରେ ଏହି କଥାକୁ ସ୍ପଷ୍ଟ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ । ବର୍ତମାନ ଯାଏଁ ସମୂହ ସଂକ୍ରମଣ ଆରମ୍ଭ ହୋଇନାହିଁ ଏବଂ ଏହା ଆରମ୍ଭ ହେଲେ ଜଣାଇ ଦିଆଯିବ ବୋଲି କହିଥିଲେ ।