Odia News Portal

ଚହଲ ଓ ଗୌତମ କରୋନା ପଜିଟିଭ୍‌

କଲମ୍ବୋ: ଭାରତୀୟ ଦଳର ଦୁଇ ସ୍ପିନର କ୍ରିଷାପା ଗୌତମ ଏବଂ ୟୁଜବେନ୍ଦ୍ର ଚହଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିବା ଅଲରାଉଣ୍ଡର କୁନାଲ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସି ଏମାନେ କରୋନା ଚିହ୍ନଟ ହୋଇଛନ୍ତି । ଏବେ ଏଇ ଦୁଇ ଖେଳାଳୀ କଲମ୍ବୋରେ ଆଇସୋଲେସନରେ

ଆନ୍ଧ୍ରପ୍ରଦେଶରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ହାଇଦ୍ରାବାଦ: ଦାଦନ କଟିବାକୁ ଯାଇଥିଲେ । ଶବ ହୋଇ ଫେରିବେ ଓଡ଼ିଆ ଶ୍ରମିକ । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇ ଗୁଣପୁରର ୬ଜଣ ଦାଦନ ଶ୍ରମିକ ମୃତ। ସମସ୍ତ ଦାଦନ ଶ୍ରମିକ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଗୁଣପୁର ମୋତିଲାଲ ନଗରର

ଟୋକିଓ ଅଲିମ୍ପିକ୍ସରେ ଜାପାନକୁ ହରାଇଲା ପୁରୁଷ ହକି ଟିମ୍‌

ଟୋକିଓ: ଆୟୋଜନ ଜାପାନାକୁ ହରାଇଲା ଭାରତ । ପୁରୁଷ ହକି ଟିମ୍ ୫-୩ ଗୋଲରେ ବିଜୟୀ ହୋଇଛି । ଦମଦାର ବିଜୟ ସହ ଭାରତର ପଦକ ଆଶା ବଢ଼ିଛି । ତେବେ ଆଗକୁ ବାକିଥିବା ମ୍ୟାଚ ଗୁଡ଼ିକରେ ଦଳ କିଭଳି ପ୍ରଦର୍ଶନ କରୁଛି ତାଉପରେ ରହିଛି ସମସ୍ତଙ୍କ ନଜର ।

ପ୍ରକାଶ ପାଇଲା ସିବିଏସଇ ରେଜଲ୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରିସାରିଛି । ଅତି ଉତ୍କଣ୍ଠାର ସହ ଛାତ୍ରଛାତ୍ରୀ ଏହାକୁ ଅପେକ୍ଷା କରି ରହିଥିଲେ । ବିଦ୍ୟାର୍ଥୀ ନିଜ ପରୀକ୍ଷା ଫଳ cbseresults.nic.in, cbse.gov.in କୁ ଯାଇ ଚେକ୍ କରିପାରିବେ ।

ଶସକ୍ତ ହେଉଛି ଏସଓଜି

ଭୁବନେଶ୍ୱର: ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବା ଲାଗି ଶସକ୍ତ ହେଉଛି ଏସଓଜି । ବିଭିନ୍ନ ରାଜ୍ୟର ମାଓବାଦୀଙ୍କ ବିରୋଧରେ ଲଢ଼ିବା ଲାଗି ଦିଆଯାଉଛି ସ୍ୱତନ୍ତ୍ର ତାଲିମ । ଓଡ଼ିଶାରେ ମଧ୍ୟ ଦିଆଯାଉଛି ଏହି ତାଲିମ । ଯାହାଦ୍ୱାରା ସେମାନେ ଅଧିକ ଶସକ୍ତ ହେବା ସହ ରାଜ୍ୟ ପୋଲିସକୁ ମଧ୍ୟ ସହାୟକ ହେବେ ।

ସେମିରେ ସିଦ୍ଧୁ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ଲାଗି ଖୁସି ଖବର । ପଦକ ଆଡ଼କୁ ଆଉ ଏକ ପାଦ ଆଗେଇଛନ୍ତି ପି.ଭି. ସିନ୍ଧୁ ।ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପହଞ୍ଚିଛନ୍ତି । କ୍ୱାର୍ଟର ଫାଇନାଲରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ରେ ହରାଇ ଅନ୍ତିମ ୪ରେ ନିଜ ସ୍ଥାନ ପକ୍କା

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କୁ ଜେଲ୍‌ରେ ମିଳୁଛି ସୁବିଧା, ଟଙ୍କା ଆସୁଛି କୁଆଡୁ?

ଭୁବନେଶ୍ୱର : ଚିଟଫଣ୍ଡ ଅଭିଯୁକ୍ତମାନେ ଜେଲରେ ଏବେ ମଉଜ ମଜଲିସ୍ କରୁଛନ୍ତି । ଯେତେବେଳେ ଯାହା ଚାହୁଁଛନ୍ତି ସେତେବେଳେ ତାହା ଉପଲବ୍ଧ ହେଉଛି । କେବଳ ଏଥିପାଇଁ ପଇସା ଦେଇଦେଲେ ହେଲା । ଭୁବନେଶ୍ୱର ସ୍ଥିତ ଝାରପଡା ଜେଲରେ ଏଭଳି କାରବାର ଚାଲିଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଭଳି ମଉଜ

ଅଗଷ୍ଟରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ୱର: ପଶୁପ୍ରେମୀଙ୍କ ଲାଗି ଖୁସି ଖବର । ଅଗଷ୍ଟ ପ୍ରଥମ ସପ୍ତାହରୁ ଖୋଲିବ ନନ୍ଦନକାନନ । ମେ ୧ରୁ ବନ୍ଦ ହୋଇ ରହିଛି ନନ୍ଦନକାନନ । ଦୀର୍ଘ ୩ ମାସ ବନ୍ଦ ହୋଇ ରହିବା ଫଳରେ ବହୁ ରାଜସ୍ୱ କ୍ଷତି ହୋଇଛି । ତେବେ ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବାକୁ ଥିବାବେଳେ ପର୍ଯ୍ୟଟକଙ୍କ ଲାଗି କିଛି

ମେଟ୍ରିକ ପରୀକ୍ଷା ଦେଲେ ସୋରଡ଼ା ବିଧାୟକ

ଗଞ୍ଜାମ: ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଦେଲେ ମେଟ୍ରିକ ପରୀକ୍ଷା । ୪୯ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ବିଜେଡିର ଜଣେ ଆଗ ଧାଡ଼ିର ନେତା । ସେ ସୋରଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ୩ଥର ବିଧାୟକ ହୋଇଥିଲେ

ଭିଜିଲାନ୍ସ ପଞ୍ଝାରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ

ଭୁବନେଶ୍ୱର: ଆୟ ବହିର୍ଭୃତ ସମ୍ପତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ଘରେ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ହୋଇଛି ଚଢ଼ାଉ । ତାଙ୍କ ସମ୍ପର୍କୀୟଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଠାବ ହୋଇଛି । ଏଯାବତ ମିଳିଥିବା ସୂଚନା ମୁତାବକ ୨ଟି ୨ମହଲା