Odia News Portal

ବିରୋଧୀଙ୍କ ହୋହାଲ୍ଲା, ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଆଜି ବି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । ବିଧାନସଭାର ଆଜି ତୃତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁ ଗୃହକାର୍ୟ୍ୟ ଅଚଳ ହୋଇଛି । ଷ୍ଟାଫ୍ ସିଲେକ୍ସନ୍ କମିଶନ ଦୁର୍ନତୀକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ । କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା ପରେ ଗୃହ ମୁଲତବୀ । ଅପରାହ୍ନ ୪ ଟାଏ ଗୃହ ମୁଲତବି । ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି। ଅନ୍ୟ ପଟରେ ମହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜୋନାଙ୍କ ବିରୋଧରେ ତଦନ୍ତ କରିବା ପାଇଁ କୋର୍ଟ ଦେଇଥିବା ଆଦେଶ ଭିତ୍ତିରେ ତାଙ୍କୁ ବହିଷ୍କାର କରିବାକୁ ଦାବି କରି ବିଜେପି ବିଧାୟକମାନେ ଗୃହମଧ୍ୟକୁ ଆସିଥିଲେ । ଉଭୟ ପକ୍ଷକୁ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ତାହା କୌଣସି ଫଳପ୍ରଦ ହୋଇନଥିଲା । ବିଧାୟକମାନେ ନିଜ ନିଜ ଜିଦ୍ରେ ଅଟଳ ରହିଥିଲେ । ଫଳରେ ଗୃହରେ ସ୍ୱାଭାବିକ କାର୍ୟ୍ୟ ସଂମ୍ପାଦିତ ହୋଇ ପାରି ନଥିଲା ।