Odia News Portal

ଆଜି ସୃଷ୍ଟି ହୋଇପାରେ ଲଘୁଚାପ : ଜୁନ ୧ ଯାଏ ପ୍ରବଳ ବର୍ଷିବ

ଆଜି ସୃଷ୍ଟି ହୋଇପାରେ ଲଘୁଚାପ । ଏହାର ପ୍ରଭାବରେ ଜୁନ ୧ ଯାଏ ସାରା ରାଜ୍ୟରେ ବଜ୍ରପାତ ଓ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ୧୫ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ କିଛି କିଛି ସ୍ଥାନରେ ପବନର ବେଗ ୪୦ରୁ

ରାଜନାଥ ସିଂଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆଦିଲ୍ଲୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଆଲେଚନା କଲେ ମୁଖ୍ୟମନ୍ତ୍ରୀ । ଦେଶ ତଥା ରାଜ୍ୟର ସୁରକ୍ଷା ଓ ବିକାଶ ନେଇ ଆଲୋଚନା କରିଛନ୍ତିି ।

ରେଳ ଟନେଲ ଭୁଶୁଡିବା ପରେ ଚାଲିଛି ଜୋରଦାର ଅପରେସନ୍

ବୌଦ୍ଧ ଜିଲ୍ଳାର ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତ ଅଧୀନ କଖାରୁଫଳ ନିକଟ ଜଙ୍ଗଲ ଭିତରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ଟନେଲ୍ ନମ୍ବର-୪ ନିର୍ମାଣାଧୀନ ଅବସ୍ଥାରେ ଭୁଶୁଡି ପଡିବା ପରେ ଚାଲିଛି ଜୋରଦାର ଅପରେସନ୍ । ଢିଲା ମାଟି ଏବଂ ଏହି ଅଞ୍ଚଳରେ ନିରନ୍ତର ବର୍ଷା ଯୋଗୁ ନିର୍ମାଣାଧିନ

ଯୁଦ୍ଧ ଛାଡି ଖାଦ୍ୟ ସମସ୍ୟାର ସମାଧାନ କରିବାକୁ ଦେଲା ପରାମର୍ଶ

ପାକିସ୍ତାନର ଦୁର୍ଦ୍ଦଶା ବାବଦରେ ବିଶ୍ୱର କୌଣସି ଦେଶକୁ ଅଛପା ନାହିଁ । ନିଜ ଦେଶକୁ ଚଳାଇବାକୁ ପାକିସ୍ତାନ ଆଇଏମଏଫ ଓ ଅନ୍ୟ ଦେଶମାନଙ୍କ ନିକଟରେ ହାତ ପତାଉଛି । ସବୁଠାରୁ ବଡ଼କଥା ହେଉଛି ଏବେ ନିଜ ଦେଶର ଲୋକଙ୍କ ପେଟ ଭରିବାକୁ ପାକିସ୍ତାନ ସରକାରଙ୍କ ପାଖରେ ଟଙ୍କା ନାହିଁ । ହେଲେ ଭାରତ ଭଳି

ଅବୁଝମାଡ଼ରେ ୨୮ ମାଓବାଦୀଙ୍କ ହୋଇଥିଲା ମୃତ୍ୟୁ, ସ୍ପଷ୍ଟୀକରଣ ରଖିଲା ମାଓ ସଙ୍ଗଠନ

୨୭ ନୁହେଁ ୨୮ ମାଓବାଦୀଙ୍କ ମୃ୍ତ୍ୟୁ ହୋଇଛି । ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟର ନେଇ ମାଓ ସଙ୍ଗଠନ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ୨୧ ତାରିଖ ଏନକାଉଣ୍ଟରରେ ୨୮ ମାଓବାଦୀ ଜୀବନ ଯାଇଛି । ମେ ୧୭ ତାରିଖରୁ ଆରମ୍ଭ ହୋଇ ଥିଲା ଅପରେସନ । ୧୯ ତାରିଖରେ ସୁରକ୍ଷାକର୍ମୀ ଓ

ରାଜ୍ୟରେ ଖୋଲିବ ଆଉ ୨୦ ସାଇବର ଥାନା

ରାଜ୍ୟରେ ସାଇବର ଅପରାଧ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ଏହାର ମୁକାବିଲା ପାଇଁ ରଣ ନୀତି ପ୍ରସ୍ତୁତ କରିଛି ଓଡିଶା ପୋଲିସ । ଓଡ଼ିଶାରେ ଖୋଲିବ ସାଇବର କ୍ରାଇମ କମାଣ୍ଡ ସେଣ୍ଟର । ପୂର୍ବରୁ ରାଜ୍ୟରେ ୧୪ଟି ସାଇବର ଥାନା ଥିବା ବେଳେ ଆହୁରି ୨୦ ଟି ସାଇବର ଥାନା ଅଧିକ ଖୋଲାଯିବ ବୋଲି ଡିଜିପି

ମାଲାମାଲ୍‌ ହେବେ ପେନ୍‌ସନ୍‌ଭୋଗୀ !  ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର

ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଲେ କେନ୍ଦ୍ର ସରକାର । ପେନ୍‌ସନ୍‌ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି । ଫଳରେ ଏବେ ଅବସର ନେବାକୁ ଥିବା ସରକାରୀ କର୍ମଚାରୀମାନେ ଅଧିକ ପେନ୍‌ସନ୍‌ ଟଙ୍କା ପାଇବେ । ମହଙ୍ଗା ଭତ୍ତାକୁ ନେଇ ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର ।

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ଅଭିଯାନ, ପାଳନ ହେବ ନିଶା ନିବାରଣ ମାସ

ଓଡ଼ିଶାକୁ ନିଶାମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିବେ ମୋହନ ସରକାର । ଯାହାଫଳରେ ବେଆଇନ ନିଶାମୁକ୍ତ ହୋଇପାରିବ ଓଡ଼ିଶା । ପ୍ରଥମଥର ପାଇଁ ଅବକାରୀ ବିଭାଗ ପକ୍ଷରୁ ନିଶା ନିରୋଧ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ସବୁ ବିଭାଗର ମିଳିତ ଉଦ୍ୟମରେ ହେବ ଏହି ଅଭିଯାନ ଆରମ୍ଭ ହେବ । ସବୁ ଗାଁରେ

ସହଦେବ ନାୟକ ହତ୍ୟାକାଣ୍ଡ ମାମଲା, ମାଟିରେ ମିଶିଲା ଅଭିଯୁକ୍ତଙ୍କ ଘର

ପୋଲିସ ମିତ୍ର ସହଦେବ ନାୟକଙ୍କୁ ଦିନ ଦ୍ବିପ୍ରହରରେ ହତ୍ୟା କରାଯାଇଥିବା ବେଳେ ଶୁକ୍ରବାର ଅଭିଯୁକ୍ତଙ୍କ ଘରକୁ ମାଟିରେ ମିଶାଇଛି ବିଏମସି। ଶୁକ୍ରବାର ବିଏମସି ପକ୍ଷରୁ ଅଭିଯୁକ୍ତଙ୍କ ଘର ଭାଙ୍ଗିବା ପାଇଁ ଜେସିବି ସହିତ ପହଞ୍ଚି ଘରକୁ ମାଟିରେ ମିଶାଇଥିଲା। ହତ୍ୟାକାଣ୍ଡର ଅଭିଯୁକ୍ତ ରାଜା ନାଏକ

ଚୋରା ବନ୍ଧୁକ ମାଫିଆ ଗ୍ୟାଙ୍ଗଷ୍ଟର ଆସଲାମ୍ ଗିରଫ

କ୍ରାଇମ୍‌ବ୍ରାଞ୍ଚ ହାତରେ ଧରାପଡ଼ିଛି ଚୋରା ବନ୍ଧୁକ ମାଫିଆ । ଗ୍ୟାଙ୍ଗଷ୍ଟର ମହମ୍ମଦ ଆସଲାମ୍‌କୁ ବିହାରରୁ ବାନ୍ଧିଛି ଏସ୍‌ଟିଏଫ୍‌ । ମୁଙ୍ଗେରରେ ଆସଲାମ୍‌ ଲୁଚିଥିବା ନେଇ ଖବର ମିଳିବା ପରେ ଚଢ଼ଉ ପାଇଁ ଟିମ୍‌ ଯାଇଥିଲା । କାସିମ୍‌ବଜାର ଥାନା ସହଯୋଗରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରିଥିଲା