Odia News Portal

ବଡ଼ ଷ୍ଟାଡିୟମରେ ବଡ଼ ବିଜୟ

ଅହମ୍ମଦାବାଦ : ଅହମ୍ମଦାବାଦରେ ନବନିର୍ମିତ ନରେନ୍ଦ୍ର ମୋଦି, ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମାତ୍ର ଦୁଇ ଦିନରେ ସରିଛି । ଅକ୍ଷର ପଟେଲ ଓ ଆର . ଅଶ୍ୱିନଙ୍କ ଝଡ଼ରେ ଭ୍ରମଣକାରୀ ଇଂଲଣ୍ଡ ଦୋହଲିଗଲା । ଯାହାଫଳରେ ଭାରତ ନିକଟରେ ଆତ୍ମସମର୍ପଣ ଛଡା ବିକଳ୍ପ ପନ୍ଥା ନଥିଲା ।

ଛାତ୍ରୀଙ୍କ ଗୋଡ଼ହାତ ବାନ୍ଧି ଜାଳିବାକୁ ଉଦ୍ୟମ

କଟକ: ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେବାକୁ ଉଦ୍ୟମ । କଟକର ମାନସିଂହ ପାଟଣାରେ ଘଟିଛି ଏହି ଅଭାବନୀୟ ଘଟଣା । ଘରେ ଏକୁଟିଆ ଥିବା ଅବସ୍ଥାରେ ଛାତ୍ରୀଙ୍କୁ ଘରେ ପୁରାଇ ନିଆଁ ଲଗାଇଦଲେ ୪ ଜଣ ଦୁର୍ବୃତ୍ତ । ଯାହାଫଳରେ ଯୁବତୀଜଣଙ୍କ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି

ବିଏମସି କମିଶନର ନେଲେ କରୋନା ଟିକା

ଭୁବନେଶ୍ୱର: କରୋନା ଗ୍ରହଣ କଲେ ବିଏମସି କମିଶନର । କ୍ୟାପିଟାଲ ହସ୍ପିଟାଲରେ ଆଜି କରୋନା ଟିକା ଗ୍ରହଣ କରିଛନ୍ତି ପ୍ରେମଚନ୍ଦ୍ର ଚୌଧୁରୀ । ଟିକା ନେବା ପରେ ସେ ଅଧଘଣ୍ଟା ଅବଜରଭେସନରେ ରହିଥିଲେ । ତେବେ ଏହା ପୂର୍ବରୁ ଅନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ଟିକା ଗ୍ରହଣ କରିଥିଲେ ।