Odia News Portal

ଋଷିଆରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ, ସ୍ପେନକୁ ଟପିଲା ବ୍ରାଜିଲ

ନୂଆଦିଲ୍ଲୀ : ଚୀନର ଉହାନ ସହରରକୁ ସମଗ୍ର ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । ଏବେ ସଂକ୍ରମିତ ତାଲିକାରେ ଋଷିଆ ଦ୍ୱିତୀୟ ସ୍ଥାନ ଦଖଲ କରିଛି । ଋଷିଆରେ ଆଜି ପର୍ଯ୍ୟନ୍ତ ୩ ଲକ୍ଷ ୮ ହଜାର ୭୦୫ ଜଣ ଆକ୍ରାନ୍ତ ଥିବା ବେଳେ ୨ ହଜାର ୯୭୨ ଜଣଙ୍କର ମୃତ୍ୟୁ…

‘ଅମ୍ଫାନ’ ଗଲା ଏବେ ଅସମ୍ଭାଳ ତାତିରେ ଛଟପଟ ହେବ ସାରା ଓଡ଼ିଶା

ଭୁବନେଶ୍ୱର : ବାତ୍ୟା ପଳାଇଲା । ଏବେ ଫେରିବ ଗ୍ରୀଷ୍ମ ତାତି । ଅସମ୍ଭାଳ ତାତିରେ ଛଟପଟ ହେବ ସାରା ଓଡ଼ିଶା । ଆସନ୍ତା ୨୪ ଘଣ୍ଟା ଭିତରେ ଉପକୂଳ ଓଡ଼ିଶାରେ ତାପମାତ୍ରା ଅସ୍ୱାଭାବିକ ଭାବେ ୬-୭ ଡିଗ୍ରୀ ସେଲସିୟସ୍‌ ବଢ଼ିଯିବ । ଆସନ୍ତା ୨୩/୨୪ ତାରିଖବେଳକୁ ଭୀଷଣ ଗ୍ରୀଷ୍ମ ପ୍ରବାହ ନାକେଦମ କରିବ…

ଭାରତର ଏହି ୩ଟି ଅଞ୍ଚଳକୁ ନିଜର କହିଲା ନେପାଳ

କାଠମାଣ୍ଡୁ : କରୋନା ସଂକଟରେ ସାରା ବିଶ୍ୱ ଘାଣ୍ଟି ହେଉଥିବା ବେଳେ ନେପାଳ ସରକାର ଏକ ନୂଆ ନକ୍ସା ଜାରି କରି ଭାରତର ୩ଟି ଅଞ୍ଚଳକୁ ନିଜର ବୋଲି ଦାବି କରିଛନ୍ତି । ଏମିତି କି ଏହାକୁ ଫେରାଇ ନେଇଯିବାକୁ ପ୍ରୟାସ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହି ନକ୍ସାରେ ଭାରତର ଲିପୁଲେଖ,…

ଆତଙ୍କୀ ଆକ୍ରମଣରେ ୨ ବିଏସ୍‌ଏଫ୍‌ ଯବାନ ସହିଦ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ବୁଧବାର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଫଳରେ ଦୁଇଜଣ ଯବାନ ସହିଦ ହୋଇଛନ୍ତି । ଆତଙ୍କବାଦୀମାନେ ବିଏସ୍‌ଏଫ୍‌ ଯବାନଙ୍କ ରାଇଫଲ୍‌ ନେଇ ପଳାଇଛନ୍ତି । ମିଳିଥିବା ଖବର ମୁତାବକ ଶ୍ରୀନଗରର ଗାନ୍ଦରବଲ…

ଅମ୍ଫାନ କନ୍ୟାକୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଅମ୍ଫାନ କନ୍ୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ତାଙ୍କ ଫେସଵୁକ ରେ ଏକ ବାର୍ତ୍ତା ପୋଷ୍ଟ କରି ମହାକାଳପଡ଼ାରେ ଅମ୍ଫାନ ବାତ୍ୟା ସମୟରେ ଏକ ଅଗ୍ନିଶମ ଗାଡ଼ିରେ ଜନ୍ମ ନେଇଥିବା ଶିଶୁ କନ୍ୟା ପାଇଁ ଏକ ଉଜ୍ଜ୍ୱଳ…

ଆଜି ପୁଣି ରଥଖଳାରେ ଆରମ୍ଭ ହେଲା ରଥ କାମ

ପୁରୀ: ଆଜି ସକାଳୁ ଆରମ୍ଭ ହୋଇଛି ରଥ କାମ। ବାତ୍ୟା ଅମ୍ଫନ ଯୋଗୁ ଗତକାଲି ରଥ ନିର୍ମାଣ କାମ ବନ୍ଦ କରାଯାଇଥିଲା । ଲଗାଣ ବର୍ଷା ଓ ପବନ ଲାଗି ରହିଥିଲା ପୁରୀରେ। ତେବେ ପ୍ରବଳ ବର୍ଷା ଫଳରେ ଜଳମଗ୍ନ ହୋଇ ଯାଇଥିଲା ରଥଖଳା । ଯାହାଫଳରେ ରଥ ନିର୍ମାଣ କାମ ବନ୍ଦ ରଖାଯାଇଥିଲା । ଅପରପଟେ…

ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ,ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାରେ ଆଉ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ଓ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ଆଜିଠୁ ଅନଲାଇନରେ ଟିକେଟ ବୁକିଂ ଆରମ୍ଭ

ଭୁବନେଶ୍ବର: ଆଜିଠୁ ସାଧାରଣ ଯାତ୍ରୀ ଅନଲାଇନରେ ବୁକିଂ କରିପାରିବେ ଟ୍ରେନ୍ ଟିକେଟ । ଏହି ପ୍ରକ୍ରିୟାର ଆରମ୍ଭ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଯିବ । ଏସି, ନନ୍‌-ଏସି ଓ ଜେନେରାଲ କ୍ଲାସ୍‌ ପାଇଁ ହେବ ରିଜର୍ଭେସନ୍‌ । ରିଜର୍ଭେସନ୍‌ ପାଇଁ ସର୍ବାଧିକ ୩୦ ଦିନ ସମୟ ରହିବ। ସୂଚନା ଥାଉକି, ଜୁନ ୧…

ବାତ୍ୟା ମୁକାବିଲାରେ ହେମନ୍ତ-ଆଶିଷ-ସମର୍ଥ ଯୋଡ଼ିଙ୍କ କାର୍ଯ୍ୟକୁ ପ୍ରଶଂସା

ଭୁବନେଶ୍ୱର : ଜିଲ୍ଲା ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରହିଲେ ମହାବାତ୍ୟା ଭଳି ବିପଦକୁ କିଭଳି ମୁକାବିଲା କରାଯାଇ ପାରିବ ତାହାର ଉଦାହରଣ ଦେଖିବାକୁ ମିଳିଲା କେନ୍ଦ୍ରାପଡାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକରେ ଜିଲ୍ଲାରେ ବାତ୍ୟା ମୁକାବିଲା…

ପହଁଚିଲା ଦୁବାଇରୁ ଆସିଥିବା ଦ୍ୱିତୀୟ ବିମାନ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଚିଲା ଦୁବାଇରୁ ଆସିଥିବା ଦ୍ୱିତୀୟ ବିମାନ । ବିମାନରେ ମୋଟ ୧୫୦ଜଣ ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଛନ୍ତି । ୧୫୦ ଜଣଙ୍କ ମଧ୍ୟରୁ ୧୪୭ ଜଣ ପ୍ରବାସୀ ଓଡିଆ ଥିବାବେଳେ ୨ ଜଣ ବିହାର ଓ ୨ କୋଲକତାର ଯାତ୍ରୀ । ଯାତ୍ରୀମାନେ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା…