Odia News Portal

୨୬ରୁ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର() ଆସନ୍ତାକାଲିଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ। ୬୦ଟି ସେଣ୍ଟରରେ ହେବାକୁ ଥିବା ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ଜୋର ଦିଆଯାଇଛି। ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ମୁମ୍ବଇ() ମହାରାଷ୍ଟ୍ରରେ ଉଦ୍ଧବ ସରକାରର କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବା ପରେ ତାଙ୍କର ରକ୍ତ ଏବଂ ସ୍ବାବ ପରୀକ୍ଷା କରାଯାଇଥିଲା। ସୋମବାର ତାହା ପଜିଟିଭ ଆସିଛି। ଏହା ପରେ ତାଙ୍କୁ…

୧୦୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର()  ଆଜି ରାଜ୍ୟରେ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ତଥ୍ୟ ଦେଇଛନ୍ତି ସରକାର । ଯାଜପୁରର ଚିହ୍ନଟ ହୋଇଥିବା ଜଣକ ସୁରତ ଫେରନ୍ତା ଓ ସେ କ୍ୱାରେଣ୍ଟିନରେ ଥିଲେ । କୋରାପୁଟର ୬ ଆକ୍ରାନ୍ତ ଆନ୍ଧ୍ର ଫେରନ୍ତା ଓ ସେମାନେ କ୍ୱାରେଣ୍ଟିନରେ ଥିଲେ । ଗଞ୍ଜାମର…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା  ୪୦୨୧କୁ ବୃଦ୍ଧି

ନୂଆଦିଲ୍ଲୀ()  ଦେଶରେ କରୋନା ମୃତ୍ୟୁସଂଖ୍ୟା  ଏବେ ୪୦୨୧ରେ ପହଞ୍ଚିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୮,୮୪୫ ଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୩ ରହିଛି।  ସୁସ୍ଥ ହୋଇଛନ୍ତି ୫୭,୭୨୦ ଜଣ । ଗତ ୨୪ ଘଣ୍ଟାରେ ୧୫୪ ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ  ୬,୯୭୭ ନୂଆ ମାମଲା ଆସିଛି ।…

ଇଦ ଅବସରରେ ମୁସଲମାନମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର() ଆଜି ପବିତ୍ର ଇଦ ଅବସରରେ ମୁସଲମାନମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି ନବୀନ । ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । କରୋନା ଲଢ଼େଇରେ ସମସ୍ତଙ୍କ ସହଯୋଗ…

୮୦ ବିମାନ ବାତିଲ

 ଦେଶ ଆଜିଠାରୁ ଘରୋଇ ବିମାନ ଉଡାଣ ଆରମ୍ଭ ହୋଇଛି । କିନ୍ତୁ କିଛି ଯାତ୍ରୀଙ୍କୁ ପ୍ରଥମ ଦିନରେ ହିଁ ନିରାଶ ହେବାକୁ ପଡିଛି । ମଧ୍ୟରାତ୍ରିରେ ବହୁ ଯାତ୍ରୀ ବିମାନବନ୍ଦରରେ ପହଞ୍ଚିଥିଲେ ବି ଶେଷ ସମୟରେ ଉଡାଣ ବାତିଲ ହୋଇଛି ବୋଲି ସେମାନଙ୍କୁ ସୂଚନା ମିଳିଛି । ଦିଲ୍ଲୀରୁ କୋଲକାତା,…

ରାଜ୍ୟରେ ଆଉ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର()ରାଜ୍ୟରେ ଆଜି ଆଉ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଛି । ଏବେ ୮୮୧ ଜଣ ଚିକିିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୫୫୦ ଜଣ ସୁସ୍ଥ ହୋଇସାରିଛନ୍ତି । ଏହା ସହ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ…

ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳନ କଲା ସୋଆ

ଭୁବନେଶ୍ୱର() ବିଶ୍ୱ ସିଜୋଫ୍ରେନିଆ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ଅନ୍ତର୍ଗତ ମାନସିକ ରୋଗ ବିଭାଗ ଏବଂ ଭାରତୀୟ ମାନସିକ ସ୍ୱାସ୍ଥ୍ୟ ସଂଗଠନ (ଓଡ଼ିଶା ଶାଖା )ର ମିଳିତ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ…

ଆଜି ଆପଣଙ୍କ ରାଶି କ’ଣ କହୁଛି ଆସନ୍ତୁ ଜାଣିବା

ମେଷ: ଭାଗ୍ୟ ସହାୟକ ହେବ। ଉଚ୍ଚଅଧିକାରୀଙ୍କୁ ସମସ୍ୟା ଜଣାନ୍ତୁ, ସୁଫଳ ମିଳିବ। ବ୍ୟବସାୟରେ ଲାଭ। ବୃଷ: ଭଲ ଲୋକଙ୍କ ସହିତ ସାକ୍ଷାତ୍‌-ଆଲୋଚନା ହେବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ମିଥୁନ: ପ୍ରିୟ ବନ୍ଧୁଙ୍କ ସହିତ…

ପ୍ରବାସୀ ଫେରିବା ନିୟମରେ ପରିବର୍ତ୍ତନ

ଚାରୋଟି ପର୍ଯ୍ୟାୟ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ମିଳିଛି ସଫଳତା । ଯଦିଓ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଲଢେଇର ଶେଷ ଦୁଇ ସପ୍ତାହରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଛି, ଗୋଷ୍ଠି ସଂକ୍ରମଣକୁ କିନ୍ତୁ ଚେକ୍‌ ଦେଇପାରିଛନ୍ତି ରାଜ୍ୟ ସରକାର । ତୃତୀୟ ପର୍ଯ୍ୟାୟରେ…