Odia News Portal

ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

ବୈପାରୀଗୁଡ଼ା ଘାଟିରେ ବସ ଓଲଟି ୪ ଜଣଙ୍କ ମୃତ୍ୟୁ ଘଟଣା । ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା । ଆହତଙ୍କୁ ତୁରନ୍ତ ଚିକିତ୍ସା ବ୍ୟବସ୍ତା ପାଇଁ ନିର୍ଦ୍ଦେଶ । ସୂଚନା ଅନୁଯାଇ, କୋରାପୁଟ ଜିଲା ବୈପାରୀଗୁଡ଼ାର ଗୁପ୍ତେଶ୍ଵର ପୀଠ

ରାଜଧାନୀରେ ସିରିଜ୍‌ ଦୁର୍ଘଟଣା; ୭ ଆହତ, ଉତ୍ତେଜନା

ଭୁବନେଶ୍ୱର ଜାଭିଅର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ସିରିଜ୍‌ ଦୁର୍ଘଟଣା। ପଛକୁ ପଛ ପିଟି ହେଲା କାର୍‌-ଭ୍ୟାନ୍‌-ଅଟୋ। ପ୍ରଥମେ ସ୍କୁଲ ଭ୍ୟାନ୍‌କୁ ପିଟିଲା କାର। ତା’ପରେ ସ୍କୁଲ ଭ୍ୟାନ୍‌ ପିଟିହେଲା ଅଟୋରେ। ଅଟୋଟି ଦୁଇଟି ବାଇକ୍‌ରେ ପିଟି ହୋଇଯାଇଥିଲା। ଏଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି।

ଧାନ ବ୍ୟତୀତ ଅନ୍ୟ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ: ମୁଖ୍ୟମନ୍ତ୍ରୀ

 ବର୍ଷାରେ ଫସଲ କ୍ଷୟକ୍ଷତିର ସାମ୍ନା କରିଥିବା ଚାଷୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଦେଇଛନ୍ତି। ଚାଷୀଙ୍କୁ କ୍ଷୟକ୍ଷତି ସହାୟତା ମିଳିବ ବୋଲି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଅଦିନିଆ ବର୍ଷାରେ ହେକ୍ଟର ହେକ୍ଟର ଚାଷ ଜମୀ ନଷ୍ଟ ହୋଇଛି। ଅମଳ

ଅଦରକାରୀ ଆଇନ ଖୋଜିବେ ଲ’ କମିସନ: ଆଇନମନ୍ତ୍ରୀ

ରାଜ୍ୟରେ ଲ' କମିସନ ଅଦରକାରୀ ଆଇନ ଖୋଜିବେ। ସୁଶାସନ ପ୍ରତିଷ୍ଠା ପାଇଁ କମିସନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି । ଲ’ କମିସନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯିବ। ରାଜ୍ୟକୁ

ମୋହନାରେ ମୃଦୁ ଭୂକମ୍ପ

ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଆସିଛି ଏକ ବଡ ଖବର । ଗଜପତି ମୋହନା ଏବଂ ଆଖପାଖି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ପ୍ରାୟ ୨ ସେକେଣ୍ଡ ପାଖାପାଖି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ରହିଛି । ଅପରାହ୍ନ ୧ ଟା ୧ ମିନିଟରେ ଭୂମିକମ୍ପ ହୋଇଥିବା ନେଇ

ପଞ୍ଚଭୂତରେ ଲୀନ ହେଲା ମନମୋହନଙ୍କ ପାର୍ଥିବ ଶରୀର 

ଜଳିଲା ଡ. ମନମୋହନ ସିଂଙ୍କ ଚିତା। ଗାର୍ଡ ଅଫ୍ ଅନର ଦିଆଯିବା ପରେ ନିଗମବୋଧ ଘାଟରେ ପଞ୍ଚଭୂତରେ ଲୀନ ହେଲା ମନମୋହନଙ୍କ ପାର୍ଥିବଶରୀର । ଶିଖ୍ ରୀତିନୀତି ଅନୁସାରେ ହୋଇଛି ମନମୋହନଙ୍କ ଶେଷକୃତ୍ୟ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାର୍ଥିବଶରୀର ଆର୍ମି ମେମୋରିଆଲ ଗାଡିରେ

ରାଜ୍ୟରେ ବଢିବ ମଦ ଦର? କଣ କହିଲେ ଆଇନ ମନ୍ତ୍ରୀ

ରାଜ୍ୟରେ ମଦ ଦର ବଢିବ କି ? ଏଭଳି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ମଦ ଦର ବୃଦ୍ଧି ନେଇ ଅବକାରୀ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମଦ ଦର ବୃଦ୍ଧି ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମଦ ଦର ବୃଦ୍ଧି ନେଇ ପ୍ରାଇସ ଫିକ୍ସେସନ୍ କମିଟି ରିପୋର୍ଟ ଆସିଛି, ଏହା

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୋରିଗୁମା ତହସିଲ ଅନ୍ତର୍ଗତ କୁମୁଲି ସର୍କଲର ଏଆର ଆଇ ତଥା ଇନଚାର୍ଜ ଆର.ଆଇ(ରାଜସ୍ବ ନିରୀକ୍ଷକ) ସୁରେନ୍ଦ୍ର ତନ୍ତୀ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଚଢ଼ାଉ

ଧାନ ଜମିରେ ପାଣି ଦେଖି ଟଳିପଡିଲେ ଚାଷୀ  

କେନ୍ଦ୍ରାପଡା ଡେରାବିଶରେ ଚାଷୀଙ୍କ ମୃତ୍ୟୁକୁ ନେଇ ସାଙ୍ଘାତିକ ଅଭିଯୋଗ ଆସିଛି । ସନ୍ଥପୁରାରେ ଭାବଗ୍ରାହୀ ମଲ୍ଲିକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଯେତେବେଳେ  ଉଜୁଡା ଫସଲରେ ପାଣି ଦେଖିଥିଲେ ଟଳି ପଡିଥିଲେ ଚାଷୀ । ଫସଲର କ୍ଷତିକୁ  ସହିପାରି ନାହାନ୍ତି ଚାଷୀ । ମୃତ୍ୟୁ ଖବରକୁ ନେଇ  ପରିବାର

ଫସଲ ନଷ୍ଟ ହେବାରୁ  ଝୁଲିପଡିଲେ ଚାଷୀ

ଗଞ୍ଜାମ ଜିଲ୍ଲା  ଛତ୍ରପୁରରୁ ଆଉ ଏକ ଚାଷୀ ମୃତ୍ୟୁ ବରଣ କରିଛନ୍ତି । ୬୪ ବଷୀର ବନମାଳୀ ପେଣ୍ଠିଆ ଆତ୍ମହତ୍ୟା କରିଛନ୍ତି ।ବଡମାଧପୁର ବରଙ୍ଗ ଗାଁରେ ଚାଷୀ ଆତ୍ମହତ୍ୟା କରିଛନ୍ତି । ଫସଲ ନଷ୍ଟ ହେବାରୁ  ବନମାଳା ପେଣ୍ଠେଇ ଆତ୍ମହତ୍ୟା କରିଛନ୍ତି । ୨ ଲକ୍ଷ ଟଙ୍କା କରଜ କରି ୫ ଏକର  ଜମିରେ ଚାଷ