Odia News Portal

ବଜ୍ରାଘାତ: ୫ ବର୍ଷରେ ୧୪୧୮ ମୃତ

ବଜ୍ରାଘାତରେ ୫ ବର୍ଷରେ ଯାଇଛି ୧୪୧୮ ଜୀବନ । ୨୦୨୦-୨୧ରେ ୩୩୯ ଜଣଙ୍କ ଜୀବନ ଯାଇଛି । ମୟୂରଭଞ୍ଜରେ ବଜ୍ରାଘାତଜନିତ ମୃତ୍ୟୁ ସର୍ବାଧିକ । ୨୦୨୧-୨୨ରେ ୨୯୬ ଜଣଙ୍କ ଜୀବନ ଯାଇଛି । ୨୦୨୨-୨୩ରେ ୩୦୬ ଜଣଙ୍କ ଜୀବନ ଯାଇଛି । ୨୦୨୩-୨୪ରେ ୨୭୨ ଜଣଙ୍କ ଜୀବନ ଯାଇଛି । ୨୦୨୪-୨୫ରେ ୨୦୫ ଜଣଙ୍କ ଜୀବନ

ସଂସଦ ନୁହେଁ ଏବେ ରାଜ୍ୟ ବିଧାନସଭାରେ ଆଦାନୀ ଝଡ

ସଂସଦରେ ବିରୋଧୀ ଆଦାନୀ ପ୍ରସଙ୍ଗ ଉଠାଇ ବିଜେପି ସରକାରକୁ ଘେରୁଥିବା ବେଳେ ଆଜି ରାଜ୍ୟ ବିଧାନସଭାରେ ସମାନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛି ବିଜେଡି । ଶୂନ୍ୟକାଳରେ ବିଜେଡି ପ୍ରଶ୍ନ ଉଠାଇଛି କି, ବରଗଡରେ ଥିବା ସରକାରୀ ସିମେଣ୍ଟ କାରଖାନା ବନ୍ଦ ପଛରେ ଆଦାନୀ କମ୍ପାନୀର ହାତ ଥିବା ବିଜେଡି

ରାସ୍ତା ମଝିରେ ଗର୍ଜିଲେ ସୋଫିଆ

ରାଜଧାନୀରେ କଂଗ୍ରେସ କରିଛି ରଣହୁଙ୍କାର। କଂଗ୍ରେସର ଗର୍ଜନରେ ଉଠୁଛି ପଡୁଛି ରାଜଧାନୀ। କଂଗ୍ରେସର ଆନ୍ଦୋଳନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ବିଧାନସଭା ଆଗରେ ହାଇ ସିକ୍ୟୁରିଟି । ସମସ୍ତ ଗେଟ ବନ୍ଦ କରାଯିବା ସହ ତନ୍ନ ତନ୍ନ ଯାଞ୍ଚ କରୁଛନ୍ତି ପୋଲିସ ଅଧିକାରୀ । ସବୁ ଗେଟ ଆଗରେ

ବିଧାନସଭାର ଚାରିପାଖେ ଗଙ୍ଗା ଜଳ ଛିଞ୍ଚିଲେ ବିଜେଡି ବିଧାୟକ

ବିଧାନସଭା ପ୍ରଶ୍ନକାଳ ଆରମ୍ଭ ପୁର୍ବରୁ ଗଙ୍ଗା ଜଳ ଛିଞ୍ଚିଲା ବିଜେଡି । ବିଧାନସଭା ଚାରିପଟେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିଛି ବିଜେଡି  । ତେବେ ଗଙ୍ଗାଜଳ ଛିଞ୍ଚିଛନ୍ତି ବିଜେଡି ବିଧାୟକ। । ତେବେ ଏଭଳି କରିବାର କାରଣ ବିଧାନସଭାରେ ପୋଲିସ୍‌ ପଶି ବିଧାୟକଙ୍କ ଉପରକୁ ଆକ୍ରମଣ କରିଥିଲା ।

ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ପଥରମାଡ଼: ୩ ଯାତ୍ରୀ ଆହତ

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ଦୁର୍ବୃତ୍ତମାନେ ବୁଧବାର ଦିନ ପଥରମାଡ଼ କରିଛନ୍ତି। ଫଳରେ ଟ୍ରେନ୍‌ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ୍‌ କୋଚ୍‌ର ଦୁଇଟି ଝରକାର କାଚ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ପଥରମାଡ଼ ପରେ ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ।

ବିଧାନସଭା ଅଚଳ କରିଦେବାକୁ କଂଗ୍ରେସକୁ ଆସିଛି ନିର୍ଦେଶ: ଆଇନ୍‌ ମନ୍ତ୍ରୀ

ବିଧାନସଭା ହେଉଛି ପବିତ୍ର ଗୃହ, ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା। କିନ୍ତୁ ସେଠି ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ ହାଇ ଡ୍ରାମା କରାଯାଉଛି। ଗତ ୭ ମାର୍ଚ୍ଚ ତାରିଖ ଠାରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି, ଯାହା କି

ବୃଦ୍ଧ ବୃଦ୍ଧାଙ୍କ ପଞ୍ଚାୟତ ଅଫିସ ଆଗରେ ଧାରଣା

ବର୍ଦ୍ଧିତ ଭତ୍ତା ପାଇଁ ପଞ୍ଚାୟତ ଆଗରେ ବୃଦ୍ଧ ବୃଦ୍ଧା । ୩ ମାସର ବର୍ଦ୍ଧିତ ୩୫ ଶହ ଟଙ୍କା ଭତ୍ତା ନଦେଲେ, ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଉଠିବୁ ନାହିଁ । ଏମିତି କିଛି ଜିଦ୍ ଧରି ବସିଥିଲେ ବାଲେଶ୍ଵର ଭୋଗରାଇ ବ୍ଲକ ଅଧୀନ ଶ୍ରଦ୍ଧାପୁର ପଞ୍ଚାୟତର ବୃଦ୍ଧବୃଦ୍ଧା। ଶେଷରେ ସରପଞ୍ଚଙ୍କ

ଅତିରିକ୍ତ ସିପିଙ୍କୁ ଆକ୍ରମଣ; କଲର ଭିଡ଼ି ଆଣିଲେ, ଟୋପି ଖସାଇଦେଲେ

ବିଧାନସଭା ସାମ୍ନାରେ ଅତିରିକ୍ତ ସିପିଙ୍କୁ ଆକ୍ରମଣ କଲେ କଂଗ୍ରେସ କର୍ମୀ। ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳଙ୍କୁ ଆକ୍ରମଣ କରିଥିଲେ। ଏପରିକି ଅତିରିକ୍ତ ସିପିଙ୍କ କଲର ଭିଡ଼ି ଧରି ମୁଣ୍ଡରୁ ଟୋପି ଖସାଇ ଦେଇଥିଲେ କଂଗ୍ରେସ କର୍ମୀ।ବିଧାନସଭା ଭିତରକୁ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବାକୁ

ଶପଥ ନେଲେ ହାଇକୋର୍ଟ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ । ସେ ଆଜି ସକାଳ ୧୦ଟାରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ହରିବାବୁ କମ୍ଭମପତି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି  । ଓଡ଼ିଶା ହାଇକୋର୍ଟ ପରିସରରେ ଏହି

ବିଧାନସଭା ବାହାରେ ପ୍ରବଳ ହଙ୍ଗାମା, ବ୍ୟାରିକେଡ ଭାଙ୍ଗିଲା କଂଗ୍ରେସ

କଂଗ୍ରେସର ୧୨ ଜଣ ବିଧାୟକ ବିଧାନସଭାରୁ ସସପେଣ୍ଡ ହେବା ପରେ, ରାଜ୍ୟ ରାଜନୀତି ସରଗରମ ହୋଇଛି। ଗତକାଲି ସାରା ରାତି ରାସ୍ତା ଉପରେ କଂଗ୍ରେସ ବିଧାୟକ ଧାରଣା ଦେବା ପରେ, ଏବେ ବିଧାନସଭାକୁ ବାହାରିଛନ୍ତି କଂଗ୍ରେସ ବିଧାୟକ। ଘଣ୍ଟ ପିଟି ବିଧାନସଭା ଅଭିମୁଖେ ବାହାରିଛନ୍ତି କଂଗ୍ରେସ ବିଧାୟକ।