Odia News Portal

ଜେଇଙ୍କ ଘରେ ପଶିଲା ଭିଜିଲାନ୍ସ; ୮ଟି ସ୍ଥାନରେ ଚଢ଼ାଉ

କନିଷ୍ଠ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରସନ୍ନଙ୍କ ଭଞ୍ଜନଗର ବାଗଦେବୀ ରୋଡରେ ଥିବା ଦୁଇଟି ତିନି ମହଲା

ଗୃହରେ ଉଠିଲା ମମିତା ମେହେର ପ୍ରସଙ୍ଗ

ପୁଣି ଗୃହରେ ଉଠିଲା ସ୍ବାମୀ ଲକ୍ଷ୍ମଣାନନ୍ଦ, ନବ ଦାସ ଓ ମମିତା ମେହେର ହତ୍ୟା ପ୍ରସଙ୍ଗ। ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପ୍ରସଙ୍ଗ ମଧ୍ୟ ଉଠିଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଏପ୍ରସଙ୍ଗରେ ଲୋକଙ୍କର

ସରକାରୀ ପ୍ରସ୍ତାବରେ ନାହିଁ ନୂଆ ଏନଏସି

ପୂର୍ବ ସରକାରଙ୍କ ୫୭ ଏନ୍‌ଏସି ଘୋଷଣାକୁ ନେଇ ମନ୍ତ୍ରୀଙ୍କ ଉତ୍ତର । ଗୃହରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉତ୍ତର । ନିର୍ବାଚନକୁ ଆଖିରେ ରଖି ପୂର୍ବ ସରକାର ଏନ୍‌ଏସି ଘୋଷଣା କରିଥିଲେ । କିନ୍ତୁ ଏନେଇ କୌଣସିି ସରକାରୀ ପ୍ରସ୍ତାବ ନାହିଁ ।ଜିଲ୍ଲାପାଳଙ୍କୁ କେବଳ ଚିଠି

 ନଭେମ୍ବର ୧୫ ସୁଦ୍ଧା ସିସିଟିଭି 

୨୦୨୫ରେ ହେବାକୁ ଥିବା ଯୁକ୍ତ୨ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେଉଥିବା ଏହି ପରୀକ୍ଷା ପାଇଁ ହାତରେ ଆଉ ୪ ମାସ ବାକି ରହିଛି। ତା’ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ପକ୍ଷରୁ

ଲଗାଣ ବର୍ଷାରେ ବେହାଲ ମାଲକାନଗିରି

ଜଳ ଘେରରେ ମାଲକାନଗିରି। ଲଗାଣ ବର୍ଷା ହେତୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ହୋଇଛି। ଜିଲ୍ଲାର ପୋଟେରୁ ଗ୍ରାମ ସମ୍ପୂର୍ଣ୍ଣ ରୂପେ ଜଳ ମୟ ହୋଇଥିବା ବେଳେ ଗ୍ରାମ ମଧ୍ୟରେ ପ୍ରାୟ ୫ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି। ଯାହାଫଳରେ ମାଲକାନଗିରି କାଲିମେଳା ଯାତାୟାତ ସମ୍ପୂର୍ଣ

ବାଣଫୁଟାଇ ପାରିବେନି ଦିଲ୍ଲୀବାସୀ

ଏବର୍ଷ ବି ଦିଲ୍ଲୀରେ ବାଣଫୁଟାଇ ପାରିବେନି ଦିଲ୍ଲୀବାସୀ । ସୋମବାର ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ଘୋଷଣା କରିଛନ୍ତି । ପ୍ରକୃତରେ ଦିଲ୍ଲୀ ସରକାର ସବୁ ଥର ପରି ଏଥର ମଧ୍ୟ ଥଣ୍ଡା ଋତୁ ସମୟରେ ବଢ଼ୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଏହି

ଭଙ୍ଗା ହେବ ଓଡ଼ିଶା ଭବନ

ଭଙ୍ଗା ହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ। ଏହାକୁ ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ସ୍ଥିତ ଓଡ଼ିଶାର ୩ଟି ଭବନ- ଓଡ଼ିଶା ନିବାସ, ଓଡ଼ିଶା ସଦନ ଏବଂ ଓଡ଼ିଶା ଭବନର ଯାଞ୍ଚ କରାଯାଇଥିଲା।

ମେଡିକାଲ ଆସି ଷ୍ଟେସନ୍‌ରୁ ନିଖୋଜ ଅବସରପ୍ରାପ୍ତ ରେଲୱେ କର୍ମଚାରୀ

ମେଡିକାଲ ଚେକ୍‌ ପାଇଁ ରାଜଧାନୀ ଭୁବନେଶ୍ୱର ଆସିଥିଲେ ଅବସରପ୍ରାପ୍ତ ରେଲୱେ କର୍ମଚାରୀ। ହେଲେ ଘରକୁ ଫେରିବା ବେଳେ ଭୁବନେଶ୍ୱର ଷ୍ଟେସନ୍‌ରୁ କେଉଁ ଆଡେ ଚାଲିଗଲେ। ପରିବାର ଲୋକେ ତାଙ୍କୁ ଖୋଜୁଛନ୍ତି। ହେଲେ ତାଙ୍କ ପତ୍ତା ପାଉନାହାନ୍ତି। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କୋଟଗରା

ଶ୍ରୀମନ୍ଦିର ଜଗିବ AI କ୍ୟାମେରା

CCTV ବା ଥାର୍ଡ ଆଇ କଭରରେ ରହିବ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱ  । ତା ସାଙ୍ଗକୁ ବେଳାଭୂମି ସହ ରହିବ ପୁରା ସହର। ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଭିତରେ ଲାଗିବ AI କ୍ୟାମେରା। ଭିଡ ନିୟନ୍ତ୍ରଣ, ଭିତର ଶୋଧ, ସନ୍ଦିଗ୍ଧ ଗତିବିଧି, ମୋବାଇଲ ତଥା ଆଧୁନିକ ଯନ୍ତ୍ରପାତି ଉପରେ ନଜର

ଅଜଣା କଣ୍ଟେନରରୁ ବିଭିନ୍ନ ସାମଗ୍ରୀ ବୋହି ନେଲେ ଲୋକେ

ପୁରୀ ବେଳାଭୂମୀରେ ଲାଗିଥିବା ଅଜଣା କଣ୍ଟେନରରୁ ବିଭିନ୍ନ ସାମଗ୍ରୀ ବୋହି ନେଲେ ସ୍ଥାନୀୟ ଲୋକେ। କ୍ୟାଣ୍ଡେଲ, ଖାଦ୍ୟ ସାମଗ୍ରୀ, ଇଞ୍ଜିନ ଅଏଲଓ ପରଫ୍ୟୁମ ସହ ଅନେକ ସାମଗ୍ରୀ ସବୁକୁ ବୋହି ନେଇଛନ୍ତି ଲୋକେ। ୨ଦିନ ତଳେ ପେଣ୍ଠକଟା ବେଳାଭୂମିରେ ଲାଗିଥିଲା ଏକ ବଡ଼ କଣ୍ଟେନର।