Odia News Portal

ବିଜେପିରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର : ରାଜ୍ୟସଭା କାର୍ଯ୍ୟାଳୟରେ ବିଜେପିରେ ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଲେ ବୋଲି ସୂଚନା ମିଳିଛି । ଅଶ୍ୱିନୀଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେପି । ଗତକାଲି ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଥିଲା ବିଜେଡ଼ି ।

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ବ୍ରହ୍ମପୁର : ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ମୁଖ୍ୟ କିରାଣୀ ନିଳକଣ୍ଠ ସାହୁ ବ୍ରହ୍ମପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।  ଅବସର ପ୍ରାପ୍ତ ଡାକ୍ତର ରସାନନ୍ଦ ମଙ୍ଗୁଆଳଙ୍କ ଠାରୁ ଜିପିଏଫ ଓ ଅନ୍ୟାନ୍ୟ କାଗଜ ପତ୍ର କରିବା ଲାଗି ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ…

ଅଟୋକୁ ପିଟିଲା ଟ୍ରକ୍‌, ଚାଲିଗଲା ମାଆ ଓ ନବଜାତ ଶିଶୁର ଜୀବନ

କେନ୍ଦ୍ରାପଡ଼ା : ଏମିତି ବି ଆସେ ମୃତ୍ୟୁ। ଦୁର୍ଘଟଣାରେ ଚାଲିଗଲା ମାଆ ଓ ନବଜାତ ଜୀବନ। ଟ୍ରକ୍‌-ଅଟୋ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ନମ୍ବର ଜାତୀୟ ରାଜପଥ ଖମରପଡ଼ାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆଶାକର୍ମୀଙ୍କ ସହ ୪ ଆହତ ହୋଇଛନ୍ତି।…

ବିଶ୍ୱକପରେ ଆଜି ମୁହାଁମୁହିଁ ହେବେ ଦୁଇ ଏସୀୟ ରାଷ୍ଟ୍ର

ସାଉଥମ୍ପଟନ୍‌ : ବିଶ୍ୱକପରେ ଆଜି ମୁହାଁମୁହିଁ ହେବେ ଦୁଇ ଏସୀୟ ରାଷ୍ଟ୍ର। ଭାରତ ସହ ଆଫଗାନିସ୍ତାନର ଲଢ଼େଇ। ସାଉଥମ୍ପଟନ୍‌ରେ ଭାରତୀୟ ସମୟ ଅପରାହ୍ନ ୩ଟାରେ ମ୍ୟାଚ୍‌ ଖେଳାଯିବ। ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ। ଦୁର୍ବଳ ଆଫଗାନିସ୍ତାନକୁ ବଡ଼ ବ୍ୟବଧାନରେ ହରାଇ ଦୁଇ ପଏଣ୍ଟ…

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର : ଆଜି ଆଇଏଏସ ଓ ଓଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରାଯାଇଛି । ଅର୍ଚ୍ଚନା ପଟ୍ଟନାୟକ ଉଠା ଜଳସେଚନ ନିଗମର ଏମଡି ଭାବେ ବଦଳି ହୋଇଥିବା ବେଳେ ନିରଞ୍ଜନ ସାହୁଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିଭଳି ଦାଶରଥୀ ଶତପଥୀଙ୍କୁ ଓଡିଶା ବିଧାନସଭା ସଚିବ…

ପୁଣି କ୍ରିକେଟ୍ ମଇଦାନରେ ପାଦ ଦେବେ ଯୁବି

କ୍ରିକେଟରୁ ଅବସର ନେଇଥିବା ଯୁବରାଜ ସିଂହ ପୁଣିଥରେ କ୍ରିକେଟ୍ ମଇଦାନରେ ପାଦ ଦେବେ। ଆସନ୍ତା ଜୁଲାଇ ୧୫ ତାରିଖରୁ ବ୍ରାମ୍ପଟନରେ ହେବାକୁଥିବା ଗ୍ଲୋବାଲ୍ ଟି-୨୦ କ୍ୟାନାଡାର ଦ୍ୱିତୀୟ ସଂସ୍କରଣ ପାଇଁ ଯୁବରାଜ ଟରଣ୍ଟୋ ନ୍ୟାଶନାଲ୍ସ ପାଇଁ ଚୁକ୍ତି କରିଛନ୍ତି। ଚଳିତ ମାସ ପ୍ରଥମ ସପ୍ତାହରେ…

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ରାଜ୍ୟସଭା ପ୍ରାର୍ଥୀ ନାମ ଘୋଷଣା କରିଛନ୍ତି । ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ଅଶ୍ୱିନୀ ବୈଷ୍ଣବ ବିଜେଡି ପ୍ରାର୍ଥୀ ଥିବା ବେଳେ ବିଜେଡି ଆଇଟି ସେଲ୍ ମୁଖ୍ୟ ଅଛନ୍ତି ଅମର ପଟ୍ଟନାୟକ । ଅନ୍ୟପଟେ ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ…

+ ୨ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ବର()  ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ । ଭୁବନେଶ୍ବର ସ୍ଥିତ ସୂଚନା ଭବନରେ ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ । ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କଳାରେ ପାସ୍ ହାର…

ସୁନ୍ଦରୀ ସାଂସଦ ନେଲେ ସାତ ଫେରା

ଚର୍ଚ୍ଚାରେ ବଙ୍ଗାଳୀ ଅଭିନେତ୍ରୀ ତଥା ସାଂସଦ ନୁସରତ । ନୁସରତ୍ ନିଜ ବିବାହର ସମସ୍ତ ମୂହୁର୍ତ୍ତକୁ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଆଜି ଅର୍ଥାତ୍ ୨୦ ଜୁନରେ ନୁସରତ୍ ନିଜର ବିବାହ ବେଳର ଫଟୋକୁ ସେୟାର କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଙ୍କ ବିବାହର ସୁନ୍ଦର ଫଟୋ ସୋସିଆଲ…

ଏଥର ଆସିବ ବଡ ବଜେଟ

ଭୁବନେଶ୍ୱର () ୨୦୧୮-୧୯ ତୁଳନାରେ ୨୦୧୯-୨୦ ବଜେଟର ଆକାର ପାଖାପାଖି ୧୬ ପ୍ରତିଶତ ବଢିବ । ୨୦୧୮-୧୯ରେ ରାଜ୍ୟ ସରକାର ୧ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ବଜେଟର ଆକାର ୧ଲକ୍ଷ ୪୦ ହଜାର କୋଟି ଟଙ୍କା ଛୁଇଁବ ବୋଲି ଜଣାପଡିଛି ।…