Odia News Portal

କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ଜାରି

ଦ୍ବୈତ ନଗରୀ କଟକ ଓ ଭୁବନେଶ୍ୱରରେ ଗତକାଲି ରାତିରୁ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡି ଓ ବିଜୁଳି ମାରୁଛି। ଏହାଛଡ଼ା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବି ବର୍ଷା ଲାଗି ରହିଛି। ଏଣେ ଘଡ଼ଘଡ଼ି ବିଜୁଳି ବି ମାରୁଛି। ଏହାଦ୍ବାରା ଜନଜୀବନ ପ୍ରଭାବିତ ହୋଇଛି। କଟକ ସହରର

ନନ୍ଦନକାନନକୁ ଆସିଲେ ନୂଆ ଅତିଥି

 ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଆସାମର ଗୌହାଟୀ ଚିଡ଼ିଆଖାନା ମଧ୍ୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଶେଷ ହୋଇଛି । ଏହି ପ୍ରକ୍ରିୟାରେ ଆସାମର ଗୌହାଟୀ ଚିଡ଼ିଆଖାନାରୁ ୪ଟି ପ୍ରଜାତିର ୧୬ଟି ଜୀବଜନ୍ତୁ ଆସିଥିବା ଥିବା ବେଳେ ୫ଟି ପ୍ରଜାତିର ୩୫ ଜୀବଜନ୍ତୁ ନନ୍ଦନକାନନରୁ ଆସାମ ଯାଇଛନ୍ତି । ପ୍ରାଣୀ

ସରିଲା ଶ୍ରୀମନ୍ଦିର ନାଟମଣ୍ଡପ ୯୦ ପ୍ରତିଶତ କାମ

ଏବେ ସୁରକ୍ଷିତ ଶ୍ରୀମନ୍ଦିର ନାଟମଣ୍ଡପ । ଆଉ ନାହିଁ ଶ୍ରୀମନ୍ଦିର ନାଟମଣ୍ଡପ ଭାଙ୍ଗିବାର ଭୟ । ଏଏସଆଇ ସୁପରିଟେଣ୍ଡଣ୍ଟଙ୍କ ନାଟମଣ୍ଡପ ବିମରେ ଫାଟର ମରାମତି କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଛି । ଆଉ ଅବଶିଷ୍ଟ ମରାମତି କାର୍ଯ୍ୟ ରଥଯାତ୍ରାରେ ଶେଷ ହେବା ନେଇ କୁହାଯାଇଛି । ଯାହା ଏବେ ବିପଦ

ବିଜେଡିରେ ସାମିଲ ହେଲେ ଖଡ଼ିଆଳ ବିଧାୟକ ଅଧୀରାଜ 

 କଂଗ୍ରେସରୁ ଇସ୍ତଫା ଦେଇଥିବା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ଶତାଧିକ ସମର୍ଥକଙ୍କ ସହ ଦଳରେ ମିଶିଛନ୍ତି ଅଧୀରାଜ । ସୂଚନାଯୋଗ୍ୟ ଯେ, ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ଖଡ଼ିଆଳ ବିଧାୟକ।

ବେଆଇନ ମାଛ ମରାକୁ ବାରଣ କଲେ, ଆକ୍ରମଣର ଶିକାର ହେଲେ

କେନ୍ଦ୍ରାପଡ଼ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ । ବେଆଇନ ମାଛ ମାରୁଥିବା ଲୋକେ ଏହି ଆକ୍ରମଣ କରିଛନ୍ତି । ବନବିଭାଗର ୧୧ ଜଣିଆ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ହୁକିଟୋଲା

ସରକାର ଗଠନ ପାଇଁ ବିଜେଡିକୁ ମେଣ୍ଟର ଆବଶ୍ୟକତା ନାହିଁ: କାର୍ତ୍ତିକ ପାଣ୍ଡିଆନ

ରାଜ୍ୟରେ ସରକାର ଗଠନ ପାଇଁ ବିଜେଡିକୁ ମେଣ୍ଟର ଆବଶ୍ୟକତା ନାହିଁ। ଆଗାମୀ ନିର୍ବାଚନରେ ଦେଶରେ ନରେନ୍ଦ୍ର ମୋଦି ଓ ଓଡ଼ିଶାରେ ନବୀନ ପଟ୍ଟନାୟକ ଜିତିବେ । ସରକାର ପାଇଁ ଉଭୟଙ୍କୁ ଉଭୟଙ୍କ ଆବଶ୍ୟକ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି ବିଜେଡି ନେତା ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ

OAVS ରେ ନିଯୁକ୍ତି ପାଇବେ ଶିକ୍ଷକ ଓ ପ୍ରିନ୍ସପାଲ୍‌; ୧୩୦୦ରୁ ଅଧିକ ପଦବୀ ପୂରଣ ହେବ

ଓଡ଼ିଶାରେ ଶିକ୍ଷକ ପଦବୀରେ ନିଯୁକ୍ତି ନେଇ ଅନେକ ଯୁବପିଢିଙ୍କ ସ୍ୱପ୍ନ। ଆପଣ ଯଦି ଶିକ୍ଷକ ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ସୁଯୋଗ ଆସିଛି। ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ(OAVS) ଏହି ସୁଯୋଗ ନେଇଆସିଛି। ଏନେଇ OAVS ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି

ଉମରକୋଟରେ ପହଁଚିଲେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା

ଓଡ଼ିଶାରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ନବରଙ୍ଗପୁରର ଉମରକୋଟରେ ପହଞ୍ଚିଛନ୍ତି ସେ। ଉମରକୋଟ ବିଜୁ ପଟ୍ଟନାୟକ ପାର୍କରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ସେ ଉମରକୋଟ ସହର ପରିକ୍ରମା କରିଥିଲେ। ଏକ ଚା’ ଦୋକାନରେ ବସି ବିଜେପି କର୍ମୀଙ୍କ ସହ ଚା’

ସାଧାରଣ ନିର୍ବାଚନ ୨୦୨୪ ସଂକ୍ରାନ୍ତିୟ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଥିବା ସମ୍ମିଳନୀ କକ୍ଷରେ ସାଧାରଣ ନିର୍ବାଚନ ୨୦୨୪ ସଂକ୍ରାନ୍ତିୟ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ମୁଖ୍ୟ ନିର୍ବାହୀ

ତ୍ରିକୋଣୀୟ ପ୍ରେମ ଜନିତ ହତ୍ୟାକାଣ୍ଡର ୨ ଅଭିଯୁକ୍ତ ଗିରଫ

ତ୍ରିକୋଣୀୟ ପ୍ରେମକୁ ନେଇ ରାଜଧାନୀରେ ହୋଇଥିବା ହତ୍ୟାକାଣ୍ଡ ଦୁଇ ଅଭିଯୁକ୍ତଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଆଜି ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ କ୍ୟାପିଟାଲ ଥାନା ଅଞ୍ଚଳର କାହ୍ନା ପ୍ରଧାନ ଓରଫ ପିଙ୍କୁ(୨୦) ଏବଂ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ନିହାରିକା ଦାସ(୨୦) । ଖବର ମୁତାବକ