Odia News Portal

ରଦ୍ଦହୋଇଛି ୩୧ ସାଂସଦଙ୍କ ସଭ୍ୟପଦ, ଓଡ଼ିଶାରୁ ୪

ଅଦାଲତରେ ଦୋଷୀ ସାବ୍ୟସ୍ତ ହେଲା ପରେ ଅଦ୍ୟାବଧି ରାହୁଲ ଗାନ୍ଧିଙ୍କ ସମେତ ଦେଶର ୫ ଜଣ ସାଂସଦଙ୍କୁ ସମ୍ବିଧାନର ୧୦୨ (୧) (ଇ) ଅନୁଚ୍ଛେଦ ଓ ଲୋକ ପ୍ରତିନିଧି ଆଇନ-୧୯୫୧ର ଧାରା ୮ ଦ୍ବାରା ଅଯୋଗ୍ୟ ଘୋଷଣା କରାଯାଇଛି। ଲୋକସଭା ସଚିବାଳୟ ପକ୍ଷରୁ ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ

୭ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ମୌସୁମୀ ନିମ୍ନଚାପରେଖା ବାଲେଶ୍ବର ଦେଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାସହ ଏକ ଘୂର୍ଣ୍ଣିବଳୟ ଝାଡଖଣ୍ଡ ଏବଂ ଏହାର ଆଖପାଖରେ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା ।

ଖୋର୍ଦ୍ଧା ବାଘମରିରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ

ଖୋର୍ଦ୍ଧା ବାଘମରି ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ଜଣେ ବ୍ରାଉନସୁଗାର ଡିଲରକୁ ଗିରଫ କରାଯାଇଛି। ତାଙ୍କଠାରୁ ୧୧୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଗିରଫ ବ୍ରାଉନସୁଗର ଡିଲରଙ୍କ ନାଁ ସୁରେଶ ମହାପାତ୍ର। ତାଙ୍କ ଘର ଖୋର୍ଦ୍ଧା

୬ ଜିଲ୍ଲାର ବିଜେଡି ସଭାପତି ନିଯୁକ୍ତ

୬ ଜିଲ୍ଲାର ବିଜେଡି ସଭାପତି ନିଯୁକ୍ତ । ଢେଙ୍କାନାଳ ଜିଲ୍ଲାର ବିଜେଡି ସଭାପତି ହୋଇଛନ୍ତି ନୃସିଂହ ଚରଣ ସାହୁ । ସେହିପରି ଦେବୀ ପ୍ରସାଦ ଭୁତିଆଙ୍କୁ କାର‌୍ୟ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଅଶ୍ବିନୀ କୁମାର ପାତ୍ର ବାଲେଶ୍ବର ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।ଝିହ୍ନ

ନୂଆ ରୂପ ନେବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ମନ୍ଦିର, ଖର୍ଚ୍ଚ ହେବ ୧୮ କୋଟି ୯୧ ଲକ୍ଷ ଟଙ୍କା

 ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କରିଛନ୍ତି । ଦୁଇଟି ପର୍ଯ୍ୟାୟରେ ଏହି କାମ କରାଯିବ ଏବଂ ଏଥିପାଇଁ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ

 ଫାଲକନୁମା ଏକ୍ସପ୍ରେସରେ ନିଆଁ

ବିଶାଖାପାଟଣାର ପାଗଡିପାଲି-ବୋମାଇପାଲି ନିକଟରେ ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିଯାଇଛି। ଟ୍ରେନରେ ନିଆଁ ଲାଗିବା ଯୋଗୁ ଯାତ୍ରୀମାନଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ। ହେଲେ ଯାତ୍ରୀଙ୍କର ଆସବାବ ପତ୍ର ପୋଡ଼ିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ

ଗୁଜୁରାଟ ହାଇକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ମିଳିଲାନି ଆଶ୍ୱସ୍ତି

ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ହାଇକୋର୍ଟଙ୍କ ଝଟକା । ରାହୁଲଙ୍କ ଆବେଦନ ଖାରଜ କଲେ କୋର୍ଟ । ସୁରତ କୋର୍ଟଙ୍କ ରାୟର ପୁନଃବିଚାର କରିବା ସହ ଦିଆଯାଇଥିବା ଦଣ୍ଡ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ ରାହୁଲ । କିନ୍ତୁ ସୁରତ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ

ରାଜ୍ୟରେ ବ୍ୟାପିଲାଣି ଆଖିଧରା ରୋଗ; ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟରେ ବ୍ୟାପିଲାଣି ଆଖିଧରା ରୋଗ । ଏଥିପାଇଁ ମାର୍ଗଦର୍ଶିକା ଜାରି କରି ଲୋକମାନଙ୍କୁ ସଚେତନ କରାଇଛି ସ୍ୱାସ୍ଥ୍ୟ ବିଭାଗ । ଏପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଛୋଟ ପିଲା ମୁଖ୍ୟତଃ ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତି ରହିଛି ଅଧିକ ସଂକ୍ରମଣର ବିପଦ । ବର୍ଷା ଆରମ୍ଭରୁ ରାଜ୍ୟସାରା

ଦୁର୍ନୀତିଗ୍ରସ୍ତ ୯ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ୩ ଜଣ ଚାକିରିରୁ ବରଖାସ୍ତ ହୋଇଥିବାବେଳେ ୬ ଜଣଙ୍କ ପେନ୍‌ସନ ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଏପର୍ଯ୍ୟନ୍ତ ୧୯୭ ଅଧିକାରୀଙ୍କ ଉପରେ ହୋଇଛି

ରାଜ୍ୟର ୩ ମେଡିକାଲ କଲେଜର ଅଗ୍ନିସୁରକ୍ଷା ପାଇଁ ୪୫ ପଦବି ମଂଜୁର କଲେ ମୁଖ୍ୟମନ୍ତ୍ରୀ

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ବିଭିନ୍ନ ସ୍ତରରେ ୪୫ ନୂତନ ପଦବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ