Odia News Portal

ଦିଗପହଣ୍ଡି ବସ୍ ଦୁର୍ଘଟଣା: ଓଏସଆରଟିସି ଡ୍ରାଇଭରଙ୍କୁ ଗିରଫ କଲା ପୁଲିସ

ଦିଗପହଣ୍ଡି ବସ ଦୁର୍ଘଟଣାରେ ଡ୍ରାଇଭରକୁ ଗିରଫ କଲା ପୁଲିସ । ଭୁବନେଶ୍ୱରରୁ ପୁଲିସ ଡ୍ରାଇଭରକୁ ଉଠାଇନେଇଛି । ସରକାରୀ ବସର ଡ୍ରାଇଭରକୁ ଦିଗପହଣ୍ଡି ପୁଲିସ ଗିରଫ କରିଛି । ଖଣ୍ଡଗିରି ଓଏସଆରଟିସି ବସ ଡିପୋରୁ ପୁଲିସ ତାଙ୍କୁ ଗିରଫ କରିଛି । ଭରତପୁର ପୁଲିସ ସହାୟତାରେ ତାଙ୍କୁ ଗିରଫ କରାଯାଇଛି…

ରବିବାର ବି ଖୋଲା ରହିବ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ର

ରାଜ୍ୟର ଡାକ୍ତଖାନା ପରିସରରେ ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାର ଦିନରେ ଖୋଲା ରହିବ । ଏ ନେଇ ଗୃହ ଓ ନଗରଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ଆହାର ସମିତିର ସଭାପତିମାନଙ୍କୁ ଅବଗତ କରାଯାଇ…

ଦିଗପହଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା: ୧୨ ମୃତକଙ୍କ ଲାଗି ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ମୌଳାଭଣଜା ଛକରେ ଘଟିଥିବା ଦୁର୍ଘଟଣା ପୀଡ଼ିତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ସେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି। ଏହାଛଡ଼ା ଆହତଙ୍କ…

ଜନ୍ମମାଟିର ବିକାଶ ପାଇଁ କିଛି କରିନାହାନ୍ତି ଧର୍ମେନ୍ଦ୍ର: ବିଜେଡି

ଜନ୍ମମାଟି ଢେଙ୍କାନାଳ ଓ ଅନୁଗୁଳର ବିକାଶକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକାଧିକ ପ୍ରଶ୍ନ ପଚାରିଛି ବିଜେଡି । ନଅ ବର୍ଷର କେନ୍ଦ୍ରମନ୍ତ୍ରୀତ୍ୱ କାଳରେ ଏହି ଦୁଇ ଜିଲ୍ଲା ପାଇଁ କ’ଣ ସବୁ କରିଛ ବୋଲି ସିଧାସଳଖ ପଚାରିଛନ୍ତି ବିଜେଡି ସାଂସଦ ମହେଶ ସାହୁ ।ଆଜି ଏଠାରେ…

ଅନ୍ଧାରୁଆରେ ଦନ୍ତା ଆତଙ୍କ : ନଷ୍ଟ କରୁଛି ପନିପରିବା ଫସଲ

ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ପଶିିଛି ଦନ୍ତା । ଭରତପୁର ଜଙ୍ଗଲରୁ ହାତୀ ଆସି ଅନ୍ଧାରୁଆ ଓ ତାର ଆଖପାଖ ଗାଁରେ ବୁଲୁଛି । ହାତୀକୁ ଦେଖି ଲୋକଙ୍କ ମଧ୍ୟର କୋକୁଆ ଭୟ ଦେଖାଦେଇଛି । ଲୋକମାନେ ହାତରେ ଟର୍ଚ୍ଚ, ମଶାଲ ଓ ଟାୟାର ଧରି ଘଉଡ଼ାଇଥିଲେ ମଧ୍ୟ ହାତୀଟି ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରିଛି…

ରାଜନୈତିକ ହିଂସାରୁ ହେଲା ରକ୍ତପାତ, ୨ ଗୁରୁତର

ବାଲେଶ୍ୱର ଜିଲ୍ଲା ସୋର ଥାନା ଗୁଡ଼ ଗାଁରେ ଗତ ରାତିରେ ରାଜନୈତିକ ହିଂସା ଯୋଗୁ ଘଟିଛି ରକ୍ତପାତ l ଦୁଇ ରାଜନୈତିକ ଗୋଷ୍ଠି ମଧ୍ୟରେ ଘଟିଥିବା ସଂଘର୍ଷରେ ୨ ଜଣ ଗୁରୁତର ହୋଇଛନ୍ତି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗୁରୁତର ବ୍ୟକ୍ତିଦ୍ୱୟ…

ଦୁଇ ବସ୍‌ ମୁହାଁମୁହିଁ ଧକ୍କା; ୧୨ ମୃତ୍ୟୁ, ୮ ଗୁରୁତର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ରହିଥିବା ସୂଚନା ମିଳିଛି। ଏଥିସହିତ ଦୁଇ ବସ୍‌ର ଅନେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଇଜିପ୍ଟର ସର୍ବୋଚ୍ଚ ସମ୍ମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଆମେରିକା ଗସ୍ତ ପରେ ଶନିବାର ଇଜିପ୍ଟର ରାଜଧାନୀ କାଇରୋରେ ପହଞ୍ଚିଛନ୍ତି। ସେ ରବିବାର ହେଲିଓପଲିସ୍ ଓ୍ବାର ମେମୋରିଆଲ ଏବଂ ଅଲ ହାକିମ ମସଜିଦ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ଅଛନ୍ତି। ଏହି ଅବସରରେ…

5T ସଚିବ ଙ୍କ ଗସ୍ତ ପରେ ରାଜଗାଙ୍ଗପୁର ଓଭର ବ୍ରିଜ ନିର୍ମାଣ ପ୍ରକିୟା ତ୍ୱରାନ୍ୱିତ

ରାଜଗାଙ୍ଗପୁର ଲେବେଲ କ୍ରସିଂ ଠାରେ ହେଉଥିବା ଓଭର ବ୍ରିଜ୍ ନିର୍ମାଣ  ପ୍ରକିୟା ତ୍ୱରାନ୍ୱିତ ହୋଇଛି । ନିର୍ମାଣ କାର୍ଯ୍ୟ ନିମନ୍ତେ ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ସୋନାଖାନ ଓ କାନସବାହାଲ ମଧ୍ୟରେ ଥିବା ଏହି ପ୍ରକଳ୍ପ 2018 ମସିହାରେ ଆରମ୍ଭ ହୋଇଥିଲା ମାତ୍ର ଜମି…

ଭାରସାମ୍ୟ ହରାଇ ରାସ୍ତାକଡ଼ ଖାଇକୁ ଖସିଲା ଟ୍ୟାଙ୍କର

ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବଞ୍ଜାରିଘାଟିରେ ଅଚଳ ହୋଇ ରହିଥିବା ଏକ ଟ୍ୟାଙ୍କର ପଛୁଆ ଗଡ଼ିଯାଇ ରାସ୍ତାକଡ଼ ଏକ ଖାଇରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ୟାଙ୍କରଟି ଓଲଟି ପଡ଼ିଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାଳକ ଓ ତାଙ୍କ ସହଯୋଗୀ। …