Odia News Portal

ଓଡ଼ିଆ ଭାଷାର ଗରିମାକୁ ଆହୁରି ସମୃଦ୍ଧ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଆଜି ହେଉଛି ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆମ ମାତୃଭାଷା ‘ଓଡ଼ିଆ’ ଆମ ସମ୍ମାନ ଓ ଆମ ଗୌରବ। ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରୁ ଅନ୍ଯତମ ଆମ ଭାଷା ‘ଓଡ଼ିଆ’ ଆଜିର ଦିନରେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିଲା।…

ଚିନ୍ମୟୀ ମୃତ୍ୟୁ ମାମଲା: ତଦନ୍ତ ଚାଲୁରହିବ: ଏସପି

ଭିସୁଟ୍ ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାରେ ସମ୍ବଲପୁର ଏସପିଙ୍କ ସୂଚନା । ଡାଏଟମ ରିପୋର୍ଟ ଅନୁସାରେ ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ କେଉଁଭଳି ପରିସ୍ଥିତିରେ ହେଲା ତାର ତଦନ୍ତ ଚାଲୁ ରହିବ । ଆତ୍ମହତ୍ୟା କରିଛନ୍ତି କି କେହି ଆତ୍ମହତ୍ୟା ପାଇଁ ବାଧ୍ୟ…

ଗଞ୍ଜେଇ ଜବତ, ୩ ଗିରଫ

କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ୧୨୦ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ୨ ବାଇକ୍ ସହ ୩ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରରୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇବା ପରେ ଶୁକ୍ରବାର ଫିରିଙ୍ଗିଆ ଥାନା ଅନ୍ତର୍ଗତ…

୧୪୨ କୋଟିରେ ନିର୍ମିତ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦ୍‌ଘାଟନ କରିଛନ୍ତି। ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚ ଟାରେ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ପହଂଚିଥିଲେ। ଷ୍ଟାଡିୟମ ଉଦଘାଟନ କରିବା ସହ ୯୬୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ…

ପୁରୀର ମାର୍କେଟ କମ୍ପ୍ଲେକ୍ସରେ ପୁଣି ଅଗ୍ନିକାଣ୍ଡ; ହ୍ୟାଣ୍ଡଲୁମ୍‌ ସୋ’ରୁମ୍‌ରେ ଲାଗିଲା ନିଆଁ

ଆଧ୍ୟାତ୍ମିକ ସହର ‘ଶ୍ରୀକ୍ଷେତ୍ର’ରେ ପୁଣି ଥରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଏହା ପୁଣି ୪୮ ଘଣ୍ଟା ନପୁରୁଣୁ। ପୁରୀ ସହରବାସୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଭୁଲି ନଥିଲା ‌‌ବେଳେ ଏଠାରୁ ଅଳ୍ପ ଦୂରରେ ଥିବା ନୀଳାଦ୍ରି କମ୍ପ୍ଲେକ୍ସର ଏକ ହ୍ୟାଣ୍ଡଲୁମ୍‌…

ଯୁବକକୁ ଆକ୍ରମଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଗତକାଲି ସନ୍ଧ୍ୟାରେ ବରଗଡ଼ ସହର ନିଶାମଣି ପଡିଆ ନିକଟରେ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ମାରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଆହତ ଯୁବକ ଜଗନ୍ନାଥ କର୍ଣ୍ଣ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଅପର ପକ୍ଷରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା…

ଶିମିଳିପାଳ ଅଭୟାରଣ୍ୟରେ ବ୍ୟାପୁଛି ନିଆଁ

କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଗୋଟିଏ ପାହାଡ ରୁ ଅନ୍ୟ ପାହାଡ କୁ ନିଆଁ ବ୍ୟାପି ବାରେ ଲାଗିଛି । ବନବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ ବି କୌଣସି ସୁଫଳ ମିଳି ପାରିନି, ଆଜି ଶିମିଳିପାଳ ଅଭୟାରଣ୍ୟର ୭୨…

ପୁରସ୍କାର ପାଇବେ ସବୁ ଆଗ୍ନିକ

ପୁରୀ ଅପରେସନରେ ସାମିଲ ସବୁ ଅଗ୍ନଶମ କର୍ମଚାରୀ ପାଇବେ ପୁରସ୍କାର । ସମସ୍ତଙ୍କୁ ଆର୍ଥିକ ପୁରସ୍କାର ମିଳିବ କହିଲେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ । ଅପରେସନ ବେଳେ ଆହତ ୨ ଜଣ କର୍ମଚାରୀଙ୍କୁ ଡିଜି ଡିସ୍କ ଦିଆଯିବ । ନେତୃତ୍ୱ ନେଇଥିବା ୩ ଜଣ ଅଫିସରଙ୍କୁ ମଧ୍ୟ ଡିଜି ଡିସ୍କ ଦିଆଯିବାର…

ବିପଦରେ ମହାବଳ

ମହାବଳ ବାଘ ପାଇଁ ଲାଗିଥିବା ୨ଟି କ୍ୟାମେରା ଚୋରି ହୋଇଥିବା ସୂଚନା । ପାଟଣା ରେଞ୍ଜରେ ଲାଗିଥିବା ୧୦ଟି କ୍ୟାମେରାରୁ ୨ଟି କ୍ୟାମେରା ଚୋରି ହୋଇଥିବା ସୂଚନା । ପାଟଣା ଥାନାରେ କ୍ୟାମେରା ଚୋରି ନେଇ ରେଞ୍ଜରଙ୍କ ଏତଲା । କ୍ୟାମେରା ଚୋରି ଯୋଗୁଁ ମହାବଳର ସୁରକ୍ଷା ନେଇ ବଢିଲା ଚିନ୍ତା ।

ବାଣ ଟ୍ରାଜେଡି : ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଭୂଷଣ୍ଡପୁର ବାଣ ଟ୍ରାଜେଡିରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏବେ ଆଉ ଜଣେ ଗୁରୁତର ଅବସ୍ଥାରେ ଏମ୍ସରେ…