Odia News Portal

ପାରାଦୀପ ହେବ ମେଗା ପୋର୍ଟ: ପଣ୍ୟ ପରିବହନ କ୍ଷମତା ୫୦୦ ନିୟୁତ ଟନ୍‌କୁ ବୃଦ୍ଧି ଲକ୍ଷ୍ୟ

ବୋଇତ ବନ୍ଦାଣ ଓ ବାଲିଯାତ୍ରା ଏକ ପର୍ବ ନୁହେଁ। ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବମାନଙ୍କ ଦୁଃସାହସିକ ମନୋବଳର ପ୍ରତୀକ। ଧୈର୍ଯ୍ୟ ଓ ସାହସ ସହିତ ନୂଆ ଶିଖର ଛୁଇଁବାର ପରମ୍ପରା ଆଜି ବି ଓଡ଼ିଆଙ୍କୁ ପ୍ରେରଣା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପାରାଦୀପ…

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ନଭେମ୍ବର ୧୨ ଯାଏ ଚାଲିବ ମେଳା

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳାକୁ ଉଦଘାଟନ କରିବେ। ବାଲିଯାତ୍ରା ଆଜି ଠାରୁ ଆରମ୍ଭ ହୋଇ ନଭେମ୍ବର ୧୨ ଯାଏ ଚାଲିବ । ମେଳାରେ ୧୬ଶହରୁ ଅଧିକ ଷ୍ଟଲ ଖୋଲିଥିବା ବେଳେ, ରାଜ୍ୟ ତଥା ରାଜ୍ୟ ବାହାରର ବ୍ଯବସାୟୀ ସାମିଲ…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ପରମ୍ପରା ସହ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ମାସ କାର୍ତ୍ତିକର ଶେଷ ଦିନ । ଡଙ୍ଗା ଭସାଇବା ପାଇଁ ପୋଖରୀ, ନଦୀ ଆଦି ବିଭିନ୍ନ ଜଳାଶୟରେ ଭିଡ ଜମିଛି । ସୋଲ, କଦଳୀ ପଟୁଆ ଓ ରଙ୍ଗବେରଙ୍ଗ କାଗଜରେ ତିଆରି ଡଙ୍ଗା ଭସାଉଛନ୍ତି । ଡଙ୍ଗାରେ ଦୀପ, ପାନ, ଗୁଆ ରଖି ଫୁଲରେ ସଜାଇ ଭସାଇଛନ୍ତି…

ଆଜି କାର୍ତ୍ତିକ ପୂର୍ଣ୍ଣିମା: ପଞ୍ଚକର ଶେଷ ଦିନରେ ରାଜାରାଜେଶ୍ବର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି କାର୍ତ୍ତିକ ପୂର୍ଣ୍ଣିମା । ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଆଜି ରାଜାରାଜେଶ୍ବର ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ବଡ଼ି ଭୋରରୁ ଦ୍ବାରଫିଟା ପରେ ନୀତିକାନ୍ତି ବଢିବା ସହ ଚାଲିଛି ସର୍ବସାଧାରଣ ଦର୍ଶନ । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ମନ୍ଦିରରେ…

ଜୟପୁରରେ ନିଶାସକ୍ତ ଡମ୍ପର ଡ୍ରାଇଭରର କାରନାମା ଅକାଳରେ ଚାଲିଗଲା ୧୩ ଜୀବନ

ରାଜସ୍ଥାନର ଯୋଧପୁରରେ ଗତକାଲି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁର ଦିନକ ପରେ ଆଜି ରାଜଧାନୀ ଜୟପୁରରେ ସଡ଼କ ଦୁର୍ଘଟଣା ୧୩ ଜଣଙ୍କ ଜୀବନ ନେଇଛି। ନିଶାସକ୍ତ ଡମ୍ପର ଟ୍ରକ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ପାଇଁ ଅକାଳରେ ଚାଲିଯାଇଛି ଏତେ ଲୋକଙ୍କ ଜୀବନ। ରାସ୍ତାରେ ଯାଉଥିବା…

ଧାନ ଖାଇଦେଲା ବୋଲି ହାତୀ କୁ ଗୁଳିକରି ମାରିଦେଲା ଶିକାରୀ

ଧାନ ଖାଇଦେଲା ବୋଲି , ହାତୀକୁ ଗୁଳିକରି ହତ୍ୟା କରିଛନ୍ତି ଶିକାରୀ । ଗଂଜାମ ଭଂଜନଗର ଉତ୍ତର ବନଖଣ୍ଡ ମୁଜାଗଡ଼ା ବନାଞ୍ଚଳ ବଣିଆପଲ୍ଲୀ ଜଙ୍ଗଲର ଏ ଘଟଣା । ମାମଲାରେ ଶିକାରୀ ଉମାକାନ୍ତ ପ୍ରଧାନଙ୍କୁ ବାନ୍ଧିବା ସହ ୨ଟି ଦେଶୀ ବନ୍ଧୁକ, ଗୋଟିଏ ଭଙ୍ଗା ବନ୍ଧୁକ ଓ କିଛି ବିସ୍ଫୋରକ ସାମଗ୍ରୀ ଜବତ…

ପୁରୀ ଶ୍ରୀମନ୍ଦିରରେ ଆଜି ପଞ୍ଚକ ତୃତୀୟ ଦିନ, ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ ଶ୍ରୀମନ୍ଦିରରେ ଆଜି ପଞ୍ଚକ ତୃତୀୟ ଦିନ । ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଅବକାଶ ନୀତି ବଢ଼ିବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ପାଟବସ୍ତ୍ରରେ ବିଭୂଷିତ କରି ଲକ୍ଷ୍ମୀନୃସିଂହ ବେଶ କରିବେ । ମହାପ୍ରଭୁ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ଚକ୍ର ସହ ରୌପ୍ୟର…

ନୂଆପଡ଼ା ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ, କୋମନା ତରବୋଡ଼ ସଭାରେ ଦେଲେ ଯୋଗ

ନୂଆପଡ଼ା ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କୋମନା ତରବୋଡ଼ ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେପି ଉପରେ ପ୍ରହାର କଲେ ନବୀନ। କହିଲେ, ଭୋଟ ଚୋରୀ କରି ସରକାର କଲେ। ଆଉ ଏବେ ପ୍ରାର୍ଥୀ ଚୋରି କରିଛି।…

ଶ୍ରୀମନ୍ଦିର ଭିତରେ ଡାଲଡା ଘିଅ ଜବତ, ସେବକଙ୍କୁ କୈଫିୟତ ମାଗିଲେ ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର ଭିତରେ ଡାଲଡା ଘିଅ ଜବତ । କେବଳ ଓମଫେଡ୍ ଘିଅ ବ୍ଯବହାର ନେଇ ପୂର୍ବରୁ ନିର୍ଦ୍ଦେଶ ଥିବାରୁ, ଏବଂ ଜନୈକ ମହାସୁଆର ସେବକ ଏହାର ଉଲ୍ଲଂଘନ କରିଥିବାରୁ, ସମ୍ପୃକ୍ତ ସେବକଙ୍କୁ କୈଫିୟତ ତଲବ୍ କରିଛି ଶ୍ରୀମନ୍ଦିର ପ୍ରଶାସନ । କୌଣସି ପ୍ରକାର ବିଶୃଂଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି…

ଗାଁରେ ବୁଲୁଛି ବାଘ, ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗାଁରେ ଲୋକେ ଆତଙ୍କିତ

ଗାଁରେ ବୁଲୁଛି ବାଘ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗାଁରେ ବାଘ ଆତଙ୍କ l ଶାରଦା ଶତପଥୀଙ୍କ ଘରେ ଲାଗିଥିବା CCTVରେ କଏଦ ହୋଇଛି ବାଘ ବୁଲୁଥିବା ଭିଡିଓ । ଏ ନେଇ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଖବର ଦେବାପରେ କଟକ ବନ ବିଭାଗ ଅଧିକାରୀ…