Odia News Portal

ଏହି କ୍ରିକେଟରଙ୍କୁ ଜୀବନରୁ ମାରିଦେବାକୁ ଧମକ

ନୂଆଦିଲ୍ଲୀ () ବିଜେପି ସାଂସଦତଥା ପୂର୍ବତନ ଭାରତୀୟ କ୍ରିକେଟରଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଏନେଇ ଶାହଦରା ଡିସିପିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଗୌତମ ।

ଗୌତମ କହିଛନ୍ତି,ଏକ ଅର୍ନ୍ତଜାତୀୟ ନମ୍ବରରୁ ଫୋନ କରି ମୋତେ ଓ ମୋ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି । ଏହି ମାମଲାରେ ଏତଲା ଦାୟର କରିବା ସହ ମୋ ପରିବାରକୁ ସୁରକ୍ଷା ଦିଆଯାଉ ବୋଲି କହିଛନ୍ତି ଗମ୍ଭୀର । ଦୁଇ ଦିନ ପୂର୍ବରୁ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । ଏନେଇ ଆଜି ଏତଲା ଦାୟର କରିଛନ୍ତି ଗୌତମ । ଆତଙ୍କବାଦ ଓ ପାକିସ୍ତାନକୁ ନେଇ ସର୍ବଦା କଡା ଟିପ୍ପଣୀ ଦେଇ ଆସୁଥିବା ଗମ୍ଭୀରଙ୍କୁ ପୂର୍ବରୁ ଏଭଳି ଅନେକଥର ଧମକ ମିଳିଛି ।