Odia News Portal

ଜାଡ଼ରେ ଥରୁଛି ସାରା ଓଡ଼ିଶା

ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ଜା଼ଡ଼ରେ ଥରୁଛି ସାରା ଓଡ଼ିଶା। ୧୨ଡିଗ୍ରୀ ସେଲ୍ସିୟସ ତଳେ ୧୨ଟି ସହରର ତାପମାତ୍ରା ରହିଛି। ସର୍ବନିମ୍ନ ୭ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହରର ପାଲଟିଛି। ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତିର ତାପମାତ୍ରା ଖସୁଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟୁଛି। ଆଗାମୀ ୫ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ।
ରାଜ୍ୟକୁ କ୍ରମାଗତ ଭାବେ ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରଭାବରେ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୨ରୁ ୪ଡିଗ୍ରୀ ଯାଏ କମିବାର ସମ୍ଭାବନା ରହିଛି। ଆଗାମୀ ୪ରୁ ୫ଦିନ ଶୀତର ପ୍ରକୋପ ଲାଗି ରହିବ।