Odia News Portal

ରାଜ୍ୟରେ ହାଡଭଙ୍ଗା ଶୀତ

ଥଣ୍ଡାରେ ଥରୁଛି ସାରା ଓଡିଶା । ରାତିରେ ଖସୁଛି ପାରଦ । ରେକର୍ଡରୁ ସ୍ପଷ୍ଟ କରାଯାଇଛି ଯେ ୧୫ ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ । ସବୁଠୁ ଥଣ୍ଡାର ସହର ପାଲିଟିଛି ଫୁଲବାଣୀ । ୫ ଡିଗ୍ରୀ ତଳେ ରହୁଛି ତାପମତ୍ରା ।
ଦାରିଙ୍ଗିବାଡି, କୋଇଡ଼ା ଓ ଫୁଲବାଣୀରେ ତୁଷାରପାତ ହୋଇଛି । ମୟୂରଭଞ୍ଜରେ ୫ ଡିଗ୍ରୀ ତଳକୁ ଖସିଛି ପାରଦ। ଶିମିଳିପାଳ ଅଭୟାରଣ୍ୟ ଉପର ବାରାକାମୁଡ଼ାରେ ତାପମାତ୍ରା ୫ ଡିଗ୍ରୀ ରହିଛି। ଶିମିଳିପାଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି। ରାଜ୍ୟରେ ଆହୁରି ୨ଦିନ ଯାଏ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି।