Odia News Portal

ଯୁକ୍ତ ୨ ନାମ ଲେଖା ଲାଗି ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ୨ ନାମ ଲେଖା ଲାଗି ଆରମ୍ଭ ହେଲାଣି ପ୍ରସ୍ତୂତି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ମାସ ନାମଲେଖା ପ୍ରକ୍ରିୟା ପାଇଁ ଷ୍ଟିୟରିଂ କମିଟି ଗଠନ କରାଯିବ। ମୁଖ୍ୟତଃ ଏହି କିମିଟି ଗତବର୍ଷ ନାମଲେଖା ସମୟରେ ସୃଷ୍ଟି ହୋଇଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବ। ନାମଲେଖା ପ୍ରକ୍ରିୟା ପାଇଁ ଏକ ପରିଚାଳନା କମିଟି ମଧ୍ୟ ଗଠନ କରାଯିବ। ଗତଥର ପ୍ରତ୍ୟକ୍ଷ (ଅନ୍ଲାଇନ୍)ରେ ଦେୟପୈଠ କରିବାରେ ସମସ୍ୟା ଦେଖା ଦେଇଥିବାରୁ ଏଥର କିଭଳି ଭାବେ ସହଜରେ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଦେୟପୈଠ କରିପାରିବେ ତାକୁ ନିର୍ଦେଶାଳୟ ପକ୍ଷରୁ ଗୁରୁତ୍ବ ଦିଆଯାଇଛି।